


ବଲାଙ୍ଗୀର, ୦୧ ଜୁନ୍(ହି.ସ.) – ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଟ୍ରଫି–୨୦୨୬ ଫୁଟବଲ୍ ଚାମ୍ପିୟନସିପ୍ର ଉଦ୍ଘାଟନ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗୀର ଓ ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲିରେ ବିଧିବଦ୍ଧ ଭାବେ ହୋଇଛି। ବାଳକ ବର୍ଗର ପ୍ରଥମ ଖେଳରେ ବୌଦ୍ଧ ୪–୧ ଗୋଲରେ ଦେଗଗଡ଼କୁ ପରାଜିତ କରି ବିଜୟୀ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୂଝାରୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ପାତ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ୍ ସଂପାଦକ ଶରତ କୁମାର ନନ୍ଦ, କାଉନସିଲ୍ ସଭ୍ୟ ସୁଧୀର ଚନ୍ଦ୍ର ପଣ୍ଡା, ପ୍ରଭାତ କୁମାର ମିଶ୍ର, କ୍ରୀଡ଼ା ସଂପାଦକ ବିଭୂତିଭୂଷଣ ପଣ୍ଡା ଓ ବରିଷ୍ଠ ସଦସ୍ୟ ଡ଼. ସିଦ୍ଧେଶ୍ୱର ମିଶ୍ର ଯୋଗଦେଇଥିଲେ। ଖେଳର ପରିଚାଳନା ଜିତେନ୍ଦ୍ର ପାତ୍ର, ମଳୟ ଘିଭେଲା, ଯଶୋବନ୍ତ ମାଝୀ ଓ ସଞ୍ଜନ କୁଦେଇ କରିଥିଲେ।
ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲିରେ ଆୟୋଜିତ ବାଳିକା ବର୍ଗର ପ୍ରଥମ ଖେଳରେ ଦେବଗଡ଼ ୯–୦ ଗୋଲରେ ବୌଦ୍ଧକୁ ପରାଜିତ କରି ବିଜୟୀ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ଫୁଟବଲ୍ ଏସୋସିଏସନ୍ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ର, ଛାତ୍ରାବାସ ଅଧିକ୍ଷକ ପରାସର ବାଗ ଓ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ ଯୋଗଦେଇଥିଲେ। ଖେଳର ପରିଚାଳନା ସୀତା ମାରାଣ୍ଡି, ଧନେଶ୍ୱର ସେଠ, ମନୋରଞ୍ଜନ ମାଝୀ ଓ ପ୍ରିୟଙ୍କା ବିଶ୍ୱାଲ କରିଥିଲେ। ଦ୍ୱିତୀୟ ଅପରାହ୍ନ ବାଳକ ବର୍ଗର ଖେଳରେ ନୟାଗଡ଼ ୨–୧ ଗୋଲରେ ବଲାଙ୍ଗିରକୁ ପରାଜିତ କରି ବିଜୟୀ ହୋଇଛି। ଏହି ଖେଳରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଓ ସଦସ୍ୟ କୈଳାସ ଚନ୍ଦ୍ର କର୍ତି ଉପସ୍ଥିତ ଥିଲେ। ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ପାତ୍ର, ଛାତ୍ରାବାସ ଅଧିକ୍ଷକ ପରାସର ବାଗ, ଫୁଟବଲ୍ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡ଼. ସିଦ୍ଧେଶ୍ୱର ମିଶ୍ର ଯୋଗଦେଇଥିଲେ। ଖେଳର ପରିଚାଳନା ଶୁଭ୍ରଜିତ ସ୍ୱାଇଁ, ପପୁନ ବେହେରା, ମନୋରଞ୍ଜନ ମାଝୀ ଓ ଗୌରହରୀ ପୁଟେଲ କରିଥିଲେ। ଉଭୟ ବାଳକ ଖେଳରେ ନବୀନ ନାଏକ ମ୍ୟାଚ୍ କମିଶନର ଭାବେ ଦାୟିତ୍ୱ ନିଭାଇଥିଲେ। ଦ୍ୱିତୀୟ ଅପରାହ୍ନ ବାଳିକା ବର୍ଗର ଖେଳରେ ବଲାଙ୍ଗୀର ଓ ନୟାଗଡ଼ ମଧ୍ୟରେ ହୋଇଥିବା ମ୍ୟାଚ୍ ଡ୍ରରେ ସମାପ୍ତ ହୋଇଛି। ଏହି ଖେଳର ପରିଚାଳନା ସଞ୍ଜନ କୁଦେଇ, ଅନିତା ମହାନନ୍ଦ, ମାମା ସିଂ ଓ ଧନେଶ୍ୱର ସେଠ କରିଥିଲେ। ଉଭୟ ବାଳିକା ଖେଳରେ ସୁରେଶ କୁମାର ଦାଶ ମ୍ୟାଚ୍ କମିଶନର ଭାବେ ଦାୟିତ୍ୱ ନିଭାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ