କୁଲୁଣ୍ଡି ଲାମ୍ପସ ଅଧୀନ ଖରସନମାଲ ଗ୍ରାମର ଦିବ୍ୟାଙ୍ଗ ଚାଷୀଙ୍କୁ ମଳିଲାନି ଧାନ ଟୋକନ
କୁଲୁଣ୍ଡି ଲାମ୍ପସ ଅଧୀନ ଖରସନମାଲ ଗ୍ରାମର ଦିବ୍ୟାଙ୍ଗ ଚାଷୀଙ୍କୁ ମଳିଲାନି ଧାନ ଟୋକନ
କୁଲୁଣ୍ଡି ଲାମ୍ପସ ଅଧୀନ ଖରସନମାଲ ଗ୍ରାମର ଦିବ୍ୟାଙ୍ଗ ଚାଷୀଙ୍କୁ ମଳିଲାନି ଧାନ ଟୋକନ


ସମ୍ବଲପୁର, ୦୧, ଜୁନ୍ (ହି.ସ.) - ପ୍ରଶାସନିକ କଳ ସମ୍ପୂର୍ଣ୍ଣ ସହଯୋଗର ହାତ ବଢାଇଥିବା ଡିଣ୍ଡିମ ପିଟୁଥିଲେ ମଧ୍ୟ ଶେଷ ସମୟରେ ଜଣେ ଦିବ୍ୟାଙ୍ଗ ଚାଷୀଙ୍କୁ ଧାନ ଟୋକନ ଦେବାରେ ବିଫଳ ରହିଥିବା ଜଣାପଡିଛି ।

ଖରସନମାଲ ଗ୍ରାମର ଦିବ୍ୟାଙ୍ଗ ଚାଷୀ ସୁଶାନ୍ତ ପ୍ରଧାନ, ଯିଏକି କୁଲୁଣ୍ଡି ଲ୍ୟାମ୍ପସ ଅଧୀନରେ ଏବଂ ଏଆରସିଏସ୍ କୁଚିଣ୍ଡା ଅନ୍ତର୍ଗତ ଜଣେ ପଞ୍ଜୀକୃତ ଚାଷୀଭାବେ ପରିଚିତ । ନିଜସ ଅଭିଯୋଗରେ ସେ କହିଛନ୍ତି ଯେ ଧାନ ପଞ୍ଜୀକରଣ ପାଇଁ ଆଇ ସ୍କାନ ଭେରିଫିକେସନ, ଓଟିପି ଅଥେଂଟିକେସନ ସହିତ ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିଥିଲେ। ତାଙ୍କର ଧାନ ବିକ୍ରୟ ପାଇଁ ସେ ପ୍ରସ୍ତୁତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଧାନ ଟୋକେନ୍ ଜାରି କରାଯାଇନାହିଁ। ଏହି ବିଳମ୍ବ ଯୋଗୁଁ ସେ ଆର୍ôଥକ କ୍ଷତି ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କଥା କହିଛନ୍ତି। ସେ କୁଲୁଣ୍ଡି ଲ୍ୟାମ୍ପସ କାର୍ଯ୍ୟାଳୟକୁ ବାରମ୍ବାର ଯାଇଥିବା ସହିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ରୀ ପ୍ରଧାନ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ବିଳମ୍ବର ପ୍ରକୃତ କାରଣ ଜଣାଯିବା, ଦୋଷୀ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଏବଂ ତୁରନ୍ତ ଧାନ ଟୋକେନ୍ ଜାରି କରାଯିବା ପାଇଁ ଦାବି କରିଛନ୍ତି। ସେ ଜିଲ୍ଲା ପ୍ରଶାସନ, ସମବାୟ ବିଭାଗ ଏବଂ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ଏହି ବିଷୟରେ ତୁରନ୍ତ ହସ୍ତକ୍ଷେପ କରି ଜଣେ ଦିବ୍ୟାଙ୍ଗ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande