ଜିଲ୍ଲାସ୍ତରୀୟ ଚାଷୀ- ବୈଜ୍ଞାନିକ ଓ ସଂପ୍ରସାରଣ ଅଧିକାରୀଙ୍କ କର୍ମଶାଳା
କେନ୍ଦ୍ରାପଡ଼ା, ୦୧ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଚାଷୀ-ବୈଜ୍ଞାନିକ ଓ ସଂପ୍ରସାରଣ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି। ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଶ
ଜିଲ୍ଲାସ୍ତରୀୟ ଚାଷୀ - ବୈଜ୍ଞାନିକ ଓ ସଂପ୍ରସାରଣ ଅଧିକାରୀଙ୍କ କର୍ମଶାଳା ।


କେନ୍ଦ୍ରାପଡ଼ା, ୦୧ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଚାଷୀ-ବୈଜ୍ଞାନିକ ଓ ସଂପ୍ରସାରଣ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି। ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଶୁସ୍ମିତା ମହାନ୍ତି, ବୈଜ୍ଞାନିକ ଡକ୍ଟର ତାପସ ରଞ୍ଜନ ସାହୁ, ଡକ୍ଟର ଗାୟତ୍ରୀ ସାହୁ, କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ଅତିରିକ୍ତ କୃଷି ଅଧିକାରୀ ହେମନ୍ତ ସାମଲ, ଆପିକଲ୍ର ଜିଲ୍ଲା ସଂଯୋଜକ ଆଇପିଏଲ୍ ଶକ୍ତିସୁଗାରର ମୁଖ୍ୟ ପରିଚାଳକ ପ୍ରମୁଖ ଉପସ୍ଥିତ ରହି ଆଖୁ ଉନ୍ନୟନକ ପ୍ରଯୁକ୍ତି ମିଶନ ୨୦୨୫-୨୬ ଯୋଜନା କିଭଳି ଅଗ୍ରଗତି କରିବ ସେ ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନଙ୍କୁ ଆଖୁଚାଷ ସମ୍ବନ୍ଧରେ ଆଲୋକପାତ କରିଥିଲେ ଏବଂ ଜିଲ୍ଲାରେ ଆଖୁଚାଷକୁ ବୃଦ୍ଧି କରିବା ପାଇଁ ଚାଷୀମାନଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଆୟୋଜିତ ଏହି ବୈଠକରେ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ। ସଭା ଶେଷରେ ଏଡିଓ ସୌମ୍ୟରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande