ସରକାରୀ କାମ ପାଇଁ ଇଭି କିଣିବାକୁ ନିର୍ଦ୍ଦେଶାବଳି ଜାରି କଲା ଅର୍ଥବ ବିଭାଗ
ଭୁବନେଶ୍ୱର, ୦୧ ଜୁନ (ହି.ସ) - ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ବ୍ୟବହାର ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ଇଭି କିଣିବାକୁ ନିର୍ଦ୍ଦେଶାବଳି ଜାରି କରିଛି ଅର୍ଥ ବିଭାଗ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି କିଣିପାରିବେ। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି, ମ
Electric vehicle


ଭୁବନେଶ୍ୱର, ୦୧ ଜୁନ (ହି.ସ) - ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ବ୍ୟବହାର ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ଇଭି କିଣିବାକୁ ନିର୍ଦ୍ଦେଶାବଳି ଜାରି କରିଛି ଅର୍ଥ ବିଭାଗ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି କିଣିପାରିବେ। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି, ମନ୍ତ୍ରୀମାନେ ମଧ୍ୟ ୩୦ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ। ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବ ଆଦି୨୫ ଲକ୍ଷ ପର୍ଯ୍ୟନ୍ତ ଇଭି କିଣିପାରିବେ । ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ ଏସପିମାନେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି କିଣି ପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥ ବିଭାଗର ଅନୁମୋଦନ ପରି ଏବଂ ବର୍ତମାନ ବ୍ୟବହାର ହେଉଥିବା ଗାଡିର ଅବଧି ଶେଷ ହେବା ପରେ କିମ୍ବା ସ୍କ୍ରାପିଂ ହେବା ପରେ ନୂଆ ଇଭି କିଣାଯିବ। କେବଳ ଟାଟା , ମହିନ୍ଦ୍ରା ଓ ମାରୁତି କମ୍ପାନୀର ଇଭି କିଣାଯିବ। ଏହା ବ୍ୟତୀତ ଜଣେ ଅଧିକାରୀ ଗୋଟିଏ ଗାଡି ନିୟମ ଲାଗୁ ହେବ ବୋଲି ନିର୍ଦ୍ଦେଶାବଳି ଜାରି କରିଛି ଅର୍ଥ ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande