ଦୁର୍ନୀତିର ଗନ୍ତାଘର ପାଲଟିଛି ବାମରା ବ୍ଲକ : 'ଏକ ପେଡ଼ ମା' କେ ନାମ' ଯୋଜନାରେ ଲକ୍ଷାଧିକ ଟଙ୍କା ହେରଫେରର ତଦନ୍ତ ଦାବି ଜୋର ଧରିଲା

ସମ୍ବଲପୁର, ୦୧, ଜୁନ୍ (ହି.ସ.) - ପରିବେଶ ସୁରକ୍ଷା ଓ ବୃକ୍ଷରୋପଣକୁ ଜନଆନ୍ଦୋଳନର ରୂପ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 'ଏକ ପେଡ଼ ମା' କେ ନାମ' ଅଭିଯାନ ବାମରା ବ୍ଲକରେ ସମ୍ପୂର୍ଣ୍ଣ ବାଟବଣା ହୋଇଯାଇଛି । ଏପରିକି ଏହି ଅଭିଯାନ ଆଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ବାମରା ବ୍ଲକ ଅନ୍ତର୍ଗତ ୧୭ଟି ପଂଚାୟତରେ ଗତ ୨୦୨୫-୨୬ ଆର୍ôଥକ ବର୍ଷରେ ଏହି ଯୋଜନା ଅଧୀନରେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଅନିୟମିତତା ଓ ଅର୍ଥ ଆତ୍ମସାତର ଅଭିଯୋଗ ଉଠିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା “ଏକ ପେଡ଼ ମା' କେ ନାମ” ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକ ନିଜ ମା'ଙ୍କ ସମ୍ମାନରେ ଅତି କମରେ ଗୋଟିଏ ଗଛ ରୋପଣ କରି ପରିବେଶ ସୁରକ୍ଷାରେ ଭାଗୀଦାର ହେବା। ଦେଶବ୍ୟାପୀ ଭାବେ କୋଟି କୋଟି ଚାରାରୋପଣ କରି ସବୁଜ ଭାରତ ଗଠନ ଏବଂ ଜଳବାୟୁ ପରିବର୍ତନର ମୁକାବିଲା କରିବା ଏହାର ମୂଳ ଲକ୍ଷ୍ୟ। କିନ୍ତୁ ବାମରା ବ୍ଲକରେ ଏହି ମହତ୍ୱାକାଙ୍କ୍ଷୀ ଯୋଜନା ଦୁର୍ନୀତିର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ମନରେଗା ଯୋଜନା ମାଧ୍ୟମରେ ବାମରା ବ୍ଲକର ୧୭ଟି ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟ ପାଇଁ ବିଲ୍ ପୈଠ କରାଯାଇଛି। ଲଗାଯାଇଥିବା ପ୍ରତି ଗଛ ପାଇଁ ସୁରକ୍ଷା ବାଡ଼ ବାବଦରେ ୧୬୦.୩୫ ଟଙ୍କା ହିସାବରେ ପ୍ରତ୍ୟେକ ପଂଚାୟତରେ ୫୦୦ଟି ବାଡ଼ ପାଇଁ ୮୦,୧୭୫ ଟଙ୍କା ଲେଖାଏ ପୈଠ କରାଯାଇଛି। ଏହି ହିସାବରେ ୧୭ଟି ପଂଚାୟତରେ କେବଳ ସୁରକ୍ଷା ବାଡ଼ ପାଇଁ ୧୩,୬୨,୯୭୫ ଟଙ୍କା “ମା ସମଲେଶ୍ୱରୀ ଏଗ୍ରୋ ଏଂଟରପ୍ରାଇଜେସ” ନାମକ ସଂସ୍ଥାକୁ ପୈଠ କରାଯାଇଥିବା ବେଳେ, ଶ୍ରମିକ ମଜୁରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଆଉ ୮,୮୪,୫୨୨ ଟଙ୍କା ଖର୍ଚ୍ଚ ହୋଇଛି। ଫଳରେ ସମଗ୍ର ବ୍ଲକରେ ଏହି ଯୋଜନା ଅଧୀନରେ ୨୨,୪୭,୪୯୭ ଟଙ୍କା ପୈଠ ହୋଇଥିବା ଦର୍ଶାଯାଇଛି। ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, ପ୍ରତ୍ୟେକ ପଂଚାୟତରେ ୫୦୦ଟି ଗଛ ରୋପଣ ଓ ସେତିକି ସଂଖ୍ୟକ ସୁରକ୍ଷା ବାଡ଼ ଲଗାଯାଇଥିବା ଦର୍ଶାଇ ବିଲ୍ ପୈଠ କରାଯାଇଥିଲେ ମଧ୍ୟ, ସ୍ଥାନୀୟ ସ୍ତରରେ ଯାଂଚ କଲେ ଅନେକ ସ୍ଥାନରେ ମାତ୍ର ୧୦୦ରୁ ୨୦୦ଟି ଗଛ ଲଗାଯାଇଥିବା ଦେଖିବାକୁ ମିଳୁଛି। ଅର୍ଥାତ୍ କାଗଜପତ୍ରରେ ଦର୍ଶାଯାଇଥିବା ଗଛ ସଂଖ୍ୟା ଓ ବାସ୍ତବରେ ରୋପଣ ହୋଇଥିବା ଗଛ ସଂଖ୍ୟା ମଧ୍ୟରେ ବ୍ୟାପକ ତଫାତ ଥିବାରୁ ସରକାରୀ ଅର୍ଥ ହେରଫେର ହୋଇଥିବା ସନ୍ଦେହ ଆହୁରି ଗଭୀର ହୋଇଛି। ଏନେଇ କେତେକ ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେମାନେ ନିଜ ନା ଗୋପନ କରିବା ରଖିବା ସର୍ତ ରେ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ୫୦୦ଟି ସୁରକ୍ଷା ବାଡ଼ର ବିଲ୍ ପୈଠ କରାଯାଇଥିଲା। କିନ୍ତୁ ସଂପୃକ୍ତ ଯୋଗାଣକାରୀ ସଂସ୍ଥା ସେତେ ସଂଖ୍ୟକ ବାଡ଼ ଯୋଗାଇ ନଥିବା ସେମାନେ ଦାବି କରିଛନ୍ତି। ଯଦି ଏହି ଦାବି ସତ୍ୟ ହୁଏ, ତେବେ ପ୍ରଶ୍ନ ଉଠୁଛି ଯେ, କେଉଁ ଅଧିକାରୀଙ୍କ ନିର୍ଦ୍ଦେଶରେ ବାସ୍ତବ ସାମଗ୍ରୀ ଗ୍ରହଣ ନ କରି ସମ୍ପୂର୍ଣ୍ଣ ବିଲ୍ ପୈଠ କରାଗଲା? ଏଥିରେ କେବଳ ପଂଚାୟତ ସ୍ତର ନୁହେଁ, ଜିଲ୍ଲା ସ୍ତରର କିଛି ପ୍ରଭାବଶାଳୀ ଅଧିକାରୀଙ୍କ ସଂପୃକ୍ତତା ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତ ସାପେକ୍ଷ। “ଏକ ପେଡ଼ ମା' କେ ନାମ” ଭଳି ଏକ ପରିବେଶମୁଖୀ ଓ ଜନହିତକର ଯୋଜନାରେ ଯଦି ପ୍ରକୃତରେ ଦୁର୍ନୀତି ହୋଇଥାଏ, ତେବେ ଏହା କେବଳ ସରକାରୀ ଅର୍ଥର ଅପବ୍ୟୟ ନୁହେଁ, ବରଂ ପରିବେଶ ସୁରକ୍ଷା ପାଇଁ ଦେଶବ୍ୟାପୀ ଚାଲିଥିବା ଅଭିଯାନର ଉଦ୍ଦେଶ୍ୟ ଉପରେ ମଧ୍ୟ ସିଧାସଳଖ ଆଘାତ। ବୃକ୍ଷରୋପଣ ନାମରେ କାଗଜପତ୍ରରେ ସଂଖ୍ୟା ବଢ଼ାଇ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିଲେ ଏହା ପ୍ରଧାନମନ୍ତ୍ରୀଙ୍କ ସବୁଜ ଭାରତ ଗଠନ ଆହ୍ୱାନକୁ ମଧ୍ୟ ପ୍ରଶ୍ନବିଦ୍ଧ କରୁଛି। ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସାଧାରଣ ଜନତା ଏହି ସମଗ୍ର ପ୍ରକଳ୍ପର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପ୍ରତ୍ୟେକ ପଂଚାୟତରେ ବାସ୍ତବରେ କେତେ ଗଛ ଲଗାଯାଇଛି, କେତେ ସୁରକ୍ଷା ବାଡ଼ ଯୋଗାଣ ହୋଇଛି ଓ କେଉଁ ଆଧାରରେ ବିଲ୍ ପୈଠ କରାଯାଇଛି, ତାହାର ସମ୍ପୂର୍ଣ୍ଣ ଅଡିଟ୍ କରି ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande