ପ୍ରେସଛକ ମାଛ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଉର୍ଦ୍ଧ୍ଵ ଦୋକାନ
କଟକ, ୧ ଜୁନ୍ (ହି.ସ.)- କଟକ ପ୍ରେସଛକ ମାଛ ମାର୍କେଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି । ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଓ କିଛି ନଗଦ ଟଙ୍କା ପୋଡି ନଷ୍ଟ ହୋଇଛି । ମାଛ ମା
ପ୍ରେସଛକ ମାଛ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଉର୍ଦ୍ଧ୍ଵ ଦୋକାନ


କଟକ, ୧ ଜୁନ୍ (ହି.ସ.)- କଟକ ପ୍ରେସଛକ ମାଛ ମାର୍କେଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି । ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଓ କିଛି ନଗଦ ଟଙ୍କା ପୋଡି ନଷ୍ଟ ହୋଇଛି । ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ମଧ୍ୟ ଏହି ନିଆଁ ବ୍ୟାପି ଥିଲା । ଫଳରେ ବ୍ୟାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପୋଡିଯାଇଥିବା ସୂଚନା ମିଳିଛି । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି ।

ଗତକାଲି ରାତି ପ୍ରାୟ ୨ଟା ସମୟରେ ସର୍ଟସର୍କିଟ ଯୋଗୁ ମାଛ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା ଦମକଳ ବାହିନୀ । ତେବେ ଦୀର୍ଘ ୯ ଘଂଟା ପରେ ନିଆଁ ଆୟତ ହୋଇଛି । ଅଗ୍ନିଶମ ବାହିନୀର ୧୩ଟି ଟିମ୍ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ନିଆଁଲିଭା କାର୍ଯ୍ୟରେ ରୋବୋଟିକ୍ ଟିମ୍ ମଧ୍ୟ ନିୟୋଜିତ ହୋଇଥିଲେ ।

ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ମେୟର ସୁବାଷ ସିଂହ ଏବଂ ବରିଷ୍ଠ ରାଜନେତା ପ୍ରଭାତ ବିଶ୍ୱାଳ । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ଶ୍ରୀ ସିଂହ । ସେ କହିଛନ୍ତି ଯେ, ପାଖରେ ଥିବା ଜରାଜୀର୍ଣ୍ଣ ବିଲ୍ଡିଂ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବବରାଦ କଲେ ଏହାକୁ ଭଙ୍ଗାଯିବ । ପ୍ରଶାସନ କଠୋର ହେବା ସହ ସହରରେ ଥିବା ଏଭଳି ଜରାଜୀର୍ଣ୍ଣ ବିଲ୍ଡିଂକୁ ଚିହ୍ନଟ କରି ଭାଙ୍ଗିବା ଜରୁରୀ । ସରକାର କଠୋର ହେଲେ ପ୍ରକ୍ରିୟା ଆଗେଇବ ବୋଲି କହିଛନ୍ତି ମେୟର । ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସହାୟତା ଓ ପୁର୍ନନିବାସ ପାଇଁ ପ୍ରତିଶୃତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande