ଜେଇଇ ଆଡଭାନ୍ସ ପରୀକ୍ଷାରେ ସଫଳ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୦୧ ଜୁନ (ହି.ସ) - ଜେଇଇ ଆଡଭାନ୍ସ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଶୁଭେଚ୍ଛା ଜଣାଇଛନ୍ତି। ଏକ ଶୁଭେଚ୍ଛା ବାର୍ତାରେ ରାଜ୍ୟପାଳ କହିଛନ୍ତି ଯେ ଜେଇଇ ଆଡଭାନ୍ସଡ୍ ପାଇଁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ।
Governor Odisha


ଭୁବନେଶ୍ୱର, ୦୧ ଜୁନ (ହି.ସ) - ଜେଇଇ ଆଡଭାନ୍ସ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଶୁଭେଚ୍ଛା ଜଣାଇଛନ୍ତି।

ଏକ ଶୁଭେଚ୍ଛା ବାର୍ତାରେ ରାଜ୍ୟପାଳ କହିଛନ୍ତି ଯେ ଜେଇଇ ଆଡଭାନ୍ସଡ୍ ପାଇଁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ। ଯେଉଁମାନେ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନେ କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ମାଧ୍ୟମରେ ଏକ ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛନ୍ତି। ଯେଉଁମାନେ ଇଚ୍ଛିତ ଫଳାଫଳ ପାଇ ନାହାଁନ୍ତି, ନିରାଶ ହୁଅନ୍ତୁ ନାହିଁ। ଏହା ଆପଣଙ୍କ ଯାତ୍ରାରେ କେବଳ ଗୋଟିଏ ପାହାଚ। ପ୍ରତ୍ୟେକ ଛାତ୍ରଙ୍କ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande