ମିଆଁମାର ରାଷ୍ଟ୍ରପତିଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା
ନୂଆଦିଲ୍ଲୀ, ୧ ଜୁନ୍ (ହି.ସ.)- ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ସକାଳେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କୁ ଭେଟିଛନ୍ତି। ମିଆଁମାର ରାଷ୍ଟ୍ରପତି ଶନିବାର ଦିନ ଭାରତ ଗସ୍ତରେ ଆସି ବୋଧଗୟାରେ ପହଂଚିଥିଲେ ଏବଂ ବୋଧଗୟାରେ ଥିବା ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିର ପ
ମିଆଁମାର ରାଷ୍ଟ୍ରପତିଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା


ନୂଆଦିଲ୍ଲୀ, ୧ ଜୁନ୍ (ହି.ସ.)- ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ସକାଳେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କୁ ଭେଟିଛନ୍ତି।

ମିଆଁମାର ରାଷ୍ଟ୍ରପତି ଶନିବାର ଦିନ ଭାରତ ଗସ୍ତରେ ଆସି ବୋଧଗୟାରେ ପହଂଚିଥିଲେ ଏବଂ ବୋଧଗୟାରେ ଥିବା ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିର ପରିଦର୍ଶନ କରିବା ପରେ ସେହିଦିନ ସନ୍ଧ୍ୟାରେ ସେ ନୂଆଦିଲ୍ଲୀରେ ପହଂଚିଥିଲେ। ଶନିବାର ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କୁ ଭେଟିଥିଲେ। ରବିବାର ଦିନ ସେ ଭାରତ-ମିଆଁମାର ବ୍ୟବସାୟ ମଂଚ ବୈଠକରେ ଯୋଗ ଦେଇଥିଲେ।

ସୋମବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ମିଆଁମାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଭାରତ-ମିଆଁମାର ସୀମାରେ ସୁରକ୍ଷା ପରିସ୍ଥିତି ଏବଂ ଉଗ୍ରବାଦୀ କାର୍ଯ୍ୟକଳାପ ବ୍ୟତୀତ, ଅଶାନ୍ତ ଅଂଚଳଗୁଡିକ ମଣିପୁର ଏବଂ ମିଜୋରାମରେ ରହୁଥିବା ଆଦିବାସୀ ଲୋକ ବହୁ ସଂଖ୍ୟାରେ ଶରଣ ନେବା ଭଳି ପ୍ରସଙ୍ଗ ଯାହାଦ୍ୱାରାକି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପ୍ରଭାବିତ ହେଉଛି ସେ ଉପରେ ଆଲୋଚନା ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande