
ମାଲକାନଗିରି , ୧ ଜୁନ୍ (ହି.ସ.)ମାଲକାନଗିରି ଜିଲ୍ଲା ଠିକାଦାର ମହାସଂଘ ପକ୍ଷରୁ ଏକ ଗୁରୁତ୍ବପୂର୍ଣ ବୈଠକ ବରିଷ୍ଠ ଠିକାଦାର ପ୍ରଭାକର ପ୍ରଧାନଙ୍କ ନେତୃତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୫ଶହରୁ ଊର୍ଦ୍ଧ୍ବ ଠିକାଦାର ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକର ମୁଖ୍ୟତ ସ୍ଥାନୀୟ ଠିକାଦାରଙ୍କୁ ପ୍ରାଥମିକତା । ଜିଲ୍ଲାରେ କେବଳ ମାଲକାନଗିରି ଜିଲ୍ଲାର ଠିକାଦାର ହିଁ ସରକାରୀ କାର୍ଯ୍ୟ କରିବେ। ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟର ଠିକାଦାରଙ୍କୁ ଏଠାରେ କାମ କରିବାକୁ ଦିଆଯିବ ନାହିଁ। ବାଲି, ଗୋଡି, ଖାଦାନ ମାଲିକମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ଠିକାଦାରଙ୍କୁ ସାମଗ୍ରୀ ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଇଛି। ବାହାର ଜିଲ୍ଲା କିମ୍ବା ରାଜ୍ୟ ଟେଣ୍ଡର ପକାଇଥିବା ଠିକାଦାରଙ୍କୁ କୌଣସି ସହାୟତା କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ମାଲକାନଗିରି ଜିଲ୍ଲାରେଏ ଶ୍ରେଣୀ ଠିକାଦାର ସର୍ବାଧିକ ୭ କୋଟି ଟଙ୍କା ପର୍ଯ୍ୟନ୍ତ କାମ ପାଇବେ। ବି ଶ୍ରେଣୀ ଠିକାଦାର ସର୍ବାଧିକ ୩ କୋଟି ଟଙ୍କା ପର୍ଯ୍ୟନ୍ତ କାମ ପାଇବେ । ଜିଲ୍ଲାରେ ୫ ଶହରୁ ଊର୍ଦ୍ଧ ଟିପର, ୨ ଶହ ହାଇୱା ୨ଶହରୁ ଉର୍ଦ୍ଧ ପ୍ରୋକଲେନ, ଜେସିବି ଏବଂ ଅନ୍ୟାନ୍ୟ ବୃହତ ଗାଡି ରହିଛି। କାର୍ଯ୍ୟ ନ ପାଇ ସ୍ଥାନୀୟ ଠିକାଦାରମାନେ ଏହି ଗାଡି ଗୁଡିକର ଋଣ ସୁଝିବେ କିପରି? ତେଣୁ ସ୍ଥାନୀୟ ଠିକାଦାରଙ୍କୁ ଆଗ୍ରଧିକାର ଦିଆଯିବ। ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟର ଠିକାଦାରଙ୍କୁ ଜିଲ୍ଲାରେ ପ୍ରବେଶ କରାଯିବ ନାହିଁ ବୋଲି ସଙ୍ଘ ଚେତାବନୀ ଦେଇଛି। ସଂଘ ସ୍ପଷ୍ଟ କରିଛି ଯେ, ଯଦି କୌଣସି ଠିକାଦାର ବ୍ୟକ୍ତି ଏହି ନିୟମାବଳୀ ଉଙ୍ଗ୍ଲଘନ କରନ୍ତି କିମ୍ବା ବାହାର ଠିକାଦାରଙ୍କୁ କାମ ଦେବାରେ ସହଯୋଗ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ସଂଘ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ