ରାଜନଗରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
କେନ୍ଦ୍ରାପଡ଼ା, ୦୧ ଜୁନ୍(ହି.ସ.) – ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ଲୋକଙ୍କ ନିକଟରେ ପ୍ରଶାସନିକ ସେବା ପହଂଚାଇବା ଉଦ୍ଦେଶ୍ୟରେ ଆଜି ରାଜନଗର ବ୍ଲକ କାର୍ୟ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ବିଭିନ୍ନ ପଂଚାୟତ ଓ ଅଂଚଳରୁ ଆସିଥିବା
---------------ରାଜନଗର ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


କେନ୍ଦ୍ରାପଡ଼ା, ୦୧ ଜୁନ୍(ହି.ସ.) – ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ଲୋକଙ୍କ ନିକଟରେ ପ୍ରଶାସନିକ ସେବା ପହଂଚାଇବା ଉଦ୍ଦେଶ୍ୟରେ ଆଜି ରାଜନଗର ବ୍ଲକ କାର୍ୟ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ବିଭିନ୍ନ ପଂଚାୟତ ଓ ଅଂଚଳରୁ ଆସିଥିବା ଅଭିଯୋଗକାରୀମାନେ ସେମାନଙ୍କର ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ମୋଟ ୧୪୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୩୩ଟି ବ୍ୟକ୍ତିଗତ ଏବଂ ୧୨ଟି ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ଅଭିଯୋଗ ମଧ୍ୟରୁ ୧୮ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିବାବେଳେ ୨ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ମଞ୍ଜୁର କରାଯାଇଥିଲା। ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଡେପୁଟି କଲେକ୍ଟର ସରୋଜ କୁମାର ବେହେରାଙ୍କ ସମେତ ରାଜନଗର ବିଡ଼ିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଜିଲ୍ଲାପାଳ ଅଭିଯୋଗଗୁଡ଼ିକର ଗୁରୁତ୍ୱ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର ଓ ପ୍ରଭାବୀ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୬ ଜୁନ୍ରେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ସକାଳ ୭ ଘଟିକା ଠାରୁ ୧୦ ଘଟିକା, ୨୨ ଜୁନ୍ରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ୟ୍ୟାଳୟ ଠାରେ ପୂର୍ବାହ୍ନ ୧୦.୩୦ରୁ ଦିନ ୧ଟା ଏବଂ ୨୯ ଜୁନ୍ରେ ରାଜକନିକା ବ୍ଲକ ଠାରେ ପୂର୍ବାହ୍ନ ୧୦.୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande