କୁଚିଣ୍ଡା ପଂଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି
କୁଚିଣ୍ଡା ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି:
କୁଚିଣ୍ଡା ପଂଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି


ସମ୍ବଲପୁର, ୦୧, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଚିଣ୍ଡା ପଂଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବାଳିରାମ ବୋନ୍ଦର ଏବଂ କୁଚିଣ୍ଡା ଉପଜିଲ୍ଲାପାଳ ସରୱନନ୍ ସ. ଯୋଗଦେଇ ଜନସାଧାରଣଙ୍କ ପକ୍ଷରୁ ଆଗତ ସମସ୍ୟାର ସିଧାସଳଖ ଶୁଣାଣି କରିଛନ୍ତି। ଏହି ଶିବିରରେ ମୋଟ ୯୮ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା, ଯେଉଁଥିରେ ୬୮ ଟି ବ୍ୟକ୍ତିଗତ ଏବଂ ୩୦ ଟି ସାମୂହିକ ଓ ଗୋଷ୍ଠୀଗତ ଅଭିଯୋଗ ସାମିଲ ଥିଲା। ଆସିଥିବା ସମସ୍ତ ସମସ୍ୟାଗୁଡ଼ିକର ଶୀଘ୍ର ଏବଂ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande