
ସମ୍ବଲପୁର,୦୧, ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ କୁଚିଣ୍ଡା ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସରୱନନ୍ ସ, ୧୫- କୁଚିଣ୍ଡା (ସଂରକ୍ଷଣ) ବିଧାନସଭା ନିର୍ବାଚନ କ୍ଷେତ୍ରର ବିଭିନ୍ନ ବୁଥ୍ ପରିଦର୍ଶନ କରି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ତଦାରଖ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଏଲ୍ଓଙ୍କ ଦ୍ୱାରା ଏନୁମୁରେସନ ଫର୍ମ ପୂରଣ ଏବଂ ଘରକୁ ଘର ଯାଇ ଯାଂଚ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ । ଫର୍ମ ପୂରଣ କାର୍ଯ୍ୟରେ ଜନ ସାଧାରଣଙ୍କୁ ସାହାଯ୍ୟ କରି ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ପାଇଁବିଏଲ୍ଓ ମାନଙ୍କୁ ପରାମର୍ଶ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ