ଆସାମର ମଜୁଲି ଦ୍ୱୀପରେ ମିଳିଛି ୪,୦୦୦ ବର୍ଷ ପୁରୁଣା ଉଦ୍ଭିଦ ଇତିହାସ
ନୂଆଦିଲ୍ଲୀ, ୦୧ ଜୁନ୍(ହି.ସ.) – ବିଶ୍ୱର ସର୍ବବୃହତ ନଦୀ ଦ୍ୱୀପ ଆସାମର ମାଜୁଲୀ ୪,୦୦୦ ବର୍ଷର ଜଳବାୟୁ ଏବଂ ଉଦ୍ଭିଦ ବିଜ୍ଞାନର ଇତିହାସ ପ୍ରକାଶ କରିଛି। ଏଠାରେ ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହି ଅଧ୍ୟୟନ ବନ୍ୟା ଏବଂ ଜଳବାୟୁ ପରିବର୍ତନ ଦ୍ୱାରା ପ୍ରଭାବିତ ଅଂଚଳ ପାଇଁ ଭବିଷ୍ୟ
ଆସାମର ମଜୁଲି ଦ୍ୱୀପରେ ମିଳିଛି ୪,୦୦୦ ବର୍ଷ ପୁରୁଣା ଉଦ୍ଭିଦ ଇତିହାସ


ନୂଆଦିଲ୍ଲୀ, ୦୧ ଜୁନ୍(ହି.ସ.) – ବିଶ୍ୱର ସର୍ବବୃହତ ନଦୀ ଦ୍ୱୀପ ଆସାମର ମାଜୁଲୀ ୪,୦୦୦ ବର୍ଷର ଜଳବାୟୁ ଏବଂ ଉଦ୍ଭିଦ ବିଜ୍ଞାନର ଇତିହାସ ପ୍ରକାଶ କରିଛି। ଏଠାରେ ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହି ଅଧ୍ୟୟନ ବନ୍ୟା ଏବଂ ଜଳବାୟୁ ପରିବର୍ତନ ଦ୍ୱାରା ପ୍ରଭାବିତ ଅଂଚଳ ପାଇଁ ଭବିଷ୍ୟତର ଅନୁକୂଳ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହେବ।

ଲକ୍ଷ୍ନୌସ୍ଥିତ ବୀରବଲ ସାହନୀ ଇନଷ୍ଟିଚ୍ୟୁଟ୍ ଅଫ୍ ପାଲେଓସାଇନ୍ସର ବୈଜ୍ଞାନିକମାନେ ମଜୁଲିର ସକାଲି ଆର୍ଦ୍ରଭୂମିରୁ ୧୫୦ ସେଣ୍ଟିମିଟର ଗଭୀର ଅବକ୍ଷେପ ନମୁନା ସଂଗ୍ରହ କରି ଅଧ୍ୟୟନ କରିଥିଲେ। ଗବେଷକମାନେ ପରାଗ କଣିକା ଏବଂ ମୃତିକା କଣିକାର ବିଶ୍ଳେଷଣ ମାଧ୍ୟମରେ ଦ୍ୱୀପର ପରିବେଶ ଇତିହାସକୁ ପୁନର୍ବାର ନିର୍ମାଣ କରିଥିଲେ।

ଅଧ୍ୟୟନ ଅନୁଯାୟୀ, ପ୍ରାୟ ୪୦୪୦ରୁ ୨୨୬୦ ବର୍ଷ ପୂର୍ବେ, ମଜୁଲି ଅଂଚଳରେ ଘନ ଜଙ୍ଗଲ ସହିତ ଗରମ ଏବଂ ଆର୍ଦ୍ର ଜଳବାୟୁ ଥିଲା। ଏହାପରେ ମୌସୁମୀ ଏବଂ ବନ୍ୟା ଢାଂଚାରେ ଅନେକ ପରିବର୍ତନ ଆସିଥିଲା। ୧୧୦୦ ରୁ ୫୦୦ ବର୍ଷ ପୂର୍ବେ, ଏହି ଅଂଚଳ ଅପେକ୍ଷାକୃତ ଉଚ୍ଚ ଆର୍ଦ୍ରତାର ସମୟ ଅନୁଭବ କରିଥିଲା, ଯେତେବେଳେ ଗତ ୫୦୦ ବର୍ଷ କିମ୍ବା ତା' ଠାରୁ ଅଧିକ ସମୟ ମଧ୍ୟରେ ତାପମାତ୍ରା ଏବଂ ବୃଷ୍ଟିପାତ ହ୍ରାସ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande