
ଭୋପାଳ, ଜୁନ 1 (ହି.ସ)। କେନ୍ଦ୍ର ସରକାରଙ୍କ ଉଦ୍ୟମରେ କୃଷକମାନଙ୍କୁ ବୈଜ୍ଞାନିକ ଏବଂ ସ୍ଥାୟୀ କୃଷି ପଦ୍ଧତି ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ 'କ୍ଷେତ ବଂଚାଅ ଅଭିଯାନ ଆରମ୍ଭ ହେଉଛି। ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାର ରାମସିଆ ଗ୍ରାମରୁ ମାସେବ୍ୟାପୀ ଏହି ଅଭିଯାନ ଆରମ୍ଭ ହେବ।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି, ସାରର ସନ୍ତୁଳିତ ବ୍ୟବହାର, ପ୍ରାକୃତିକ ଚାଷ, ଜଳ ସଂରକ୍ଷଣ ଏବଂ ନକଲି ସାର ଏବଂ ମଞ୍ଜି ରୋକିବା ବିଷୟରେ କୃଷକମାନଙ୍କୁ ଶିକ୍ଷିତ କରିବା। ଏହି ଅଭିଯାନ ସମୟରେ କୃଷି ବୈଜ୍ଞାନିକମାନେ ସାରା ଦେଶର ଗ୍ରାମାଞ୍ଚଳରେ ପହଞ୍ଚିବେ ଏବଂ କୃଷକମାନଙ୍କୁ ସ୍ଥାୟୀ କୃଷି ଶିକ୍ଷା ଦେବେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା