ଜିଲ୍ଲା ପ୍ରଶାସନ ପକ୍ଷରୁ ମହାସମାଧନ ଜନଶୁଣାଣି ଶିବିର ଅନୁଷ୍ଠିତ : ୯୭ଟି ଅଭିଯୋଗର ଶୁଣାଣି
ଝାରସୁଗୁଡ଼ା, ୧ ଜୁନ୍ (ହି.ସ.)- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥିତ ଡି.ଏମ.ଏଫ. ଅଡିଟୋରିୟମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମହାସମାଧନ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜନତାଙ୍କ ସମସ୍ୟାର ସରଳ ଓ ସୂଚାରୁ ସମାଧାନ ପାଇଁ ଆୟୋଜିତ ଏହି ଶିବିରରେ ମୋଟ ୯୭ଟି
Photo of Mahasamadhan sibir


ଝାରସୁଗୁଡ଼ା, ୧ ଜୁନ୍ (ହି.ସ.)- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥିତ ଡି.ଏମ.ଏଫ. ଅଡିଟୋରିୟମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମହାସମାଧନ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜନତାଙ୍କ ସମସ୍ୟାର ସରଳ ଓ ସୂଚାରୁ ସମାଧାନ ପାଇଁ ଆୟୋଜିତ ଏହି ଶିବିରରେ ମୋଟ ୯୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୫୯ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୩୮ଟି ସାମୂହିକ ଅଭିଯୋଗ ରହିଥିଲା। ଉକ୍ତ ଶିବିରରେ ପ୍ରତ୍ୟେକଟି ଆବେଦନକୁ ଗୁରୁତ୍ୱର ସହ ବିଚାର କରାଯାଇ କେତେକ ଜଟିଳ ସମସ୍ୟାର ତତ୍କାଳ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମାଧାନ ଶିବିରରେ ସାଧାରଣ ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ବ୍ରଜ ବନ୍ଧୁ ଭୋଇଙ୍କ ସମେତ ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ଵ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ସହକାରୀ ଜିଲ୍ଲାପାଳ (ଅଭିଯୋଗ ପ୍ରକୋଷ୍ଠ) ଏବଂ ବିଭିନ୍ନ ସରକାରୀ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟାର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ।

ଶିବିରରେ ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳର ଜଳ ନିଷ୍କାସନ ସମସ୍ୟା, ନୂତନ ରାସ୍ତା ନିର୍ମାଣ ଏବଂ ବେଆଇନ ଭାବେ ରାସ୍ତା ଜବରଦଖଲ ଉଚ୍ଛେଦ ସମ୍ପର୍କିତ ବହୁ ଅଭିଯୋଗ ଆସିଥିଲା। ଏହା ସହିତ ବିଭିନ୍ନ ସ୍ଥାନରେ ଜମି ବିବାଦ ମାମଲା, ଜମି ଚିହ୍ନଟୀକରଣ ବା ସୀମା ନିର୍ଦ୍ଧାରଣ, ପାନୀୟ ଜଳ ଯୋଗାଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ହିତାଧିକାରୀମାନେ ଆବେଦନ କରିଥିଲେ। ଏହା ବ୍ୟତୀତ ପରିବେଶ ସୁରକ୍ଷାକୁ ନେଇ ବେଆଇନ ଗଛ କଟାଯିବା ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ସମସ୍ତ ସମସ୍ୟାର ସମୟସୀମା ମଧ୍ୟରେ ସମାଧାନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande