ମଣ୍ଡି ଉଦ୍ଘାଟନ ହେଲା ଧାନ କିଣା ହେଲା ନାହିଁ
ମୁଖୀଗୁଡା ,୧ଜୁନ(ହି.ସ) - ଆଜି ମଙ୍ଗଳ ପୁର ପେକ୍ସ ଅନ୍ତର୍ଗତ କପୁର ମାଲ ମଣ୍ଡି ଭାରପ୍ରାପ୍ତ ପେକ୍ସ ସମ୍ପାଦକ ସନ୍ତୋଷ କୁମାର ଅଗ୍ରୱାଲ ଙ୍କ ଦ୍ୱାରା ଉଦଘାଟିତ ହେଲା ହେଲେ ଧାନ କିଣା ହେଲା ନାହିଁ। ଧାନ ବିକ୍ରି ପାଇଁ ଭୂଷକେତୁ ରଣା,ଲମ୍ବୋଧର ରଣା,ଅଜିତ ପ୍ରଧାନୀ, ଗିରି ଦଳପତି, ମନଧର ଦୁର୍ଗା, ବଦନ ନା
ମଣ୍ଡି


ମୁଖୀଗୁଡା ,୧ଜୁନ(ହି.ସ) - ଆଜି ମଙ୍ଗଳ ପୁର ପେକ୍ସ ଅନ୍ତର୍ଗତ କପୁର ମାଲ ମଣ୍ଡି ଭାରପ୍ରାପ୍ତ ପେକ୍ସ ସମ୍ପାଦକ ସନ୍ତୋଷ କୁମାର ଅଗ୍ରୱାଲ ଙ୍କ ଦ୍ୱାରା ଉଦଘାଟିତ ହେଲା ହେଲେ ଧାନ କିଣା ହେଲା ନାହିଁ। ଧାନ ବିକ୍ରି ପାଇଁ ଭୂଷକେତୁ ରଣା,ଲମ୍ବୋଧର ରଣା,ଅଜିତ ପ୍ରଧାନୀ, ଗିରି ଦଳପତି, ମନଧର ଦୁର୍ଗା, ବଦନ ନାଗ, ଚନ୍ଦ୍ର ନାଏକ, ରୁପଚନ ନାଏକ, ବୈକାନ୍ତ ବାଗ, କୁସ ବାଗ, ସନ୍ତୋଷ ପ୍ରଧାନୀ ମଣ୍ଡିକୁ ଧାନ ଆଣିଥିଲେ ହେଲେ ଆଜି କୌଣସି ଚାଷୀଙ୍କ ଧାନ ବିକ୍ରି ହେଲା ନାହିଁ , ଅଧିକ କଟନୀ ଛଟନି ରେ ଚାଷୀ ରାଜି ନହେବାରୁ ଆସିଥିବା ମିଲର ଏଜେଂଟ ଫେରି ଯାଇଥିଲେ ।କପୁରମାଲ ମଣ୍ଡି ଖୋଲା ଆକାଶ ତଳେ ଚାଲୁଥିବାରୁ ବର୍ଷା ହେଲେ ଚାଷୀଙ୍କ ଧାନ ନଷ୍ଟ ହେବା ସମ୍ଭାବନା ରହିଛି ।ଆଜି ମଣ୍ଡିରେ ରଖିଥିବା ଚାଷୀ ଧାନକୁ ବର୍ଷାରୁ ରକ୍ଷା କରିବା ପାଇଁ ଟାରପୋଲିନ ମାଗିଥିଲେ ହେଁ ସେମାନଙ୍କୁ ମିଳି ନଥିଲା । କପୁରମାଲ ମଣ୍ଡିରୁ ଧାନ ଉଠିବା ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande