
କନ୍ଧମାଳ , ୦୧ ଜୁନ୍ (ହି.ସ.) - କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅସଙ୍ଖଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର ଜୀବନ ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଶିଶୁ ଜଣକ ଭ୍ରମରବାଡ଼ି ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ପୁଅ ମନୁ (୪ ) ବୋଲି ଜଣାପଡିଛି । ସୁଚନା ଅନୁଯାୟୀ , ମନୁଙ୍କ ସମ୍ପର୍କୀୟ ଟ୍ରାକ୍ଟର ଚଳାନ୍ତି, ସେ ଚଳାଉ ଥିବା ଟ୍ରାକ୍ଟର ର କିଛି କାର୍ଯ୍ୟକରୁଥିବାବେଳେ ଶିଶୁ ଜଣଙ୍କ ଟ୍ରାକ୍ଟରରେ ଚଢି ଖେଳୁଥିଲେ। ଏହି ସମୟରେ ଶିଶୁର ଗୋଡ଼ ଖସି ଯିବାରୁ ସେ ପଡିଯାଇଥିଲେ। ପରିବାର ଲୋକ ଦାରିଙ୍ଗବାଡି ଆମ୍ବୁଲାନ୍ସ ଡକାଇଥିଲେ, କିନ୍ତୁ ଆମ୍ବୁଲାନ୍ସ ନ ଥିବାରୁ ଅଗ୍ନିଶମ ବିଭାଗକୁ ଡାକି ଗୁରୁତର ଅବସ୍ଥାରେ ମନୁଙ୍କୁ ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଦାରିଙ୍ଗବାଡି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସ୍ୱାସ୍ଥ୍ୟକେନ୍ଦ୍ରରେ ପହସଙ୍ଖଶ ଶବକୁ ଜବତ କରିବା ସହ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ କରୁଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ