ନୂତନ ତହସିଲଦାର ଭାବେ ସୁଶ୍ରୀ ଜ୍ୟୋତିରୂପା ଶତପଥୀଙ୍କ ଯୋଗଦାନ
ଭୁବନ, ୧ ଜୁନ୍ (ହି.ସ.)- ଭୁବନ ତହସିଲ କାର୍ଯ୍ୟାଳୟରେ ସୁଶ୍ରୀ ଜ୍ୟୋତିରୂପା ଶତପଥୀ ନୂତନ ତହସିଲଦାର ଭାବେ ଯୋଗଦେଇଛନ୍ତି । ବିଦାୟୀ ତହସିଲଦାର ଅନିଲ କୁମାର ମହାନ୍ତିଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ। ୨୦୨୦ ବ୍ୟାଚ ସୁଶ୍ରୀ ଶତପଥୀ ଏହା ପୂର୍ବରୁ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଡେପୁଟି
Sushree jyotirupa satapathi


ଭୁବନ, ୧ ଜୁନ୍ (ହି.ସ.)- ଭୁବନ ତହସିଲ କାର୍ଯ୍ୟାଳୟରେ ସୁଶ୍ରୀ ଜ୍ୟୋତିରୂପା ଶତପଥୀ ନୂତନ ତହସିଲଦାର ଭାବେ ଯୋଗଦେଇଛନ୍ତି । ବିଦାୟୀ ତହସିଲଦାର ଅନିଲ କୁମାର ମହାନ୍ତିଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ। ୨୦୨୦ ବ୍ୟାଚ ସୁଶ୍ରୀ ଶତପଥୀ ଏହା ପୂର୍ବରୁ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଜଣେ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସାମ୍ବାଦିକଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

ନୂତନ ତହସିଲଦାର ସୁଶ୍ରୀ ଶତପଥୀଙ୍କୁ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସୌଜନ୍ୟ ମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ବିଦାୟୀ ତହସିଲଦାର ଶ୍ରୀ ମହାନ୍ତି ବାଲେଶ୍ୱର ସଦର ତହସିଲକୁ ବଦଳି ହୋଇ ଯାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande