ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ନବରଙ୍ଗପୁର ଜିଲ୍ଲାର ରାଇଘରରେ ସର୍ବାଧିକ ୨୭.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାର ରାଇଘରରେ ସର୍ବାଧିକ ୨୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରରେ ୨୫.୦ ମି.ମି., ନବରଙ୍ଗପୁର(ପିଟିଓ)ରେ ୨୪.୦ ମ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ନବରଙ୍ଗପୁର ଜିଲ୍ଲାର ରାଇଘରରେ ସର୍ବାଧିକ ୨୭.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାର ରାଇଘରରେ ସର୍ବାଧିକ ୨୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରରେ ୨୫.୦ ମି.ମି., ନବରଙ୍ଗପୁର(ପିଟିଓ)ରେ ୨୪.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ୨୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୨୦.୨ ମି.ମି., ବାଲେଶ୍ୱର ଜଇପୁରରେ ୧୭.୬ ମି.ମି., ନୂଆପଡା ଜିଲ୍ଲାର ବୋଡେନରେ ୧୫.୦ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ୧୦.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୮.୧ ମି.ମି., ରାସଗୋବିନ୍ଦପୁରରେ ୮.୦ ମି.ମି., ବେତନଟିରେ ୭.୦ ମି.ମି., ନୂଆପଡା ଜିଲ୍ଲାର ନୂଆପଡାରେ ୭.୦ ମି.ମି. ଏବଂ ମାଲକାନଗିରି ଜିଲ୍ଲାର ପଡିଆରେ ୬.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande