
ଜୟପୁର, ୧ ଜୁନ୍ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେଶବ ପ୍ରଭାତ ଶାଖା ତରଫରୁ ଜୟପୁର ସ୍ଥିତ ଏସ ଏସ କନଭେନ୍ସାନ ଠାରେ ପରିବାର ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଯେଉଁଥିରେ କି ୨୦୦ ଜଣ ସଦସ୍ୟ ଯୋଗ ଦେଇଥିଲେ। ନିରାକାର ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଡଃ. ଜଳେନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ସାଂପ୍ରତିକ ପରିସ୍ଥିତିରେ ଏହାର ଆବଶ୍ୟକତା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଶାଖା କାର୍ଯ୍ୟବାହ ସାରଙ୍ଗାଧର ସାମନ୍ତରାୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସୁସ୍ମିତା ରଥ, ବିଷ୍ଣୁ ସାହୁ,ସୁବ୍ରତ ପଣ୍ଡା, ସୁରେଶ ପଣ୍ଡା ପ୍ରମୁଖ ପ୍ରଶ୍ନମଞ୍ଚ ଓ ମ୍ୟୁଜିକ ଚେୟାର ଭଳି ମନୋରଞ୍ଜନ କାର୍ଯକ୍ରମର ପରିଚାଳନା କରିଥିବା ବେଳେ ଲଷ୍ମୀକାନ୍ତ ମିଶ୍ର ମଂଚ ପରିଚାଳନା କରିଥିଲେ। ବଂଶୀଧର ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାର୍ଥ ସାରଥୀ ପଣ୍ଡା, ଜ୍ୟୋତି ରଞ୍ଜନ ପୂଜାରୀ, ଡମ୍ବରୁଧର ପାଣିଗ୍ରାହୀ, ସାନ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି