ଆନ୍ତର୍ଜାତୀୟ କୀର୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ସୁଶ୍ରୀ ପାୟଲ୍ ନାଗଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା
ବଲାଙ୍ଗୀର, ୦୧ ଜୁନ୍(ହି.ସ.) – ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ପାରା-ତୀରନ୍ଦାଜ(ଚବକ୍ସବ-ଇକ୍ସମଷରକ୍ସଚ୍ଚ) ସିରିଜ୍-୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଦେଶ ଓ ଓଡ଼ିଶା ମାଟିକୁ ଗୌରବାନ୍ୱିତ କରିଥିବା ଆନ୍ତର୍ଜାତୀୟ କୀର୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ସୁଶ୍ରୀ ପାୟଲ୍ ନାଗଙ୍କ ପାଇଁ ଜିଲ୍ଲା ପ୍ର
ଆନ୍ତର୍ଜାତୀୟ କୀର୍ତ୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ସୁଶ୍ରୀ ପାୟଲ୍ ନାଗ ଙ୍କୁ ଜିଲ୍ଲା ପ୍ରଶାସନ ର ସମ୍ବର୍ଦ୍ଧନା


ଆନ୍ତର୍ଜାତୀୟ କୀର୍ତ୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ସୁଶ୍ରୀ ପାୟଲ୍ ନାଗ ଙ୍କୁ ଜିଲ୍ଲା ପ୍ରଶାସନ ର ସମ୍ବର୍ଦ୍ଧନା


ଆନ୍ତର୍ଜାତୀୟ କୀର୍ତ୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ସୁଶ୍ରୀ ପାୟଲ୍ ନାଗ ଙ୍କୁ ଜିଲ୍ଲା ପ୍ରଶାସନ ର ସମ୍ବର୍ଦ୍ଧନା


ଆନ୍ତର୍ଜାତୀୟ କୀର୍ତ୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ସୁଶ୍ରୀ ପାୟଲ୍ ନାଗ ଙ୍କୁ ଜିଲ୍ଲା ପ୍ରଶାସନ ର ସମ୍ବର୍ଦ୍ଧନା


ଆନ୍ତର୍ଜାତୀୟ କୀର୍ତ୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ସୁଶ୍ରୀ ପାୟଲ୍ ନାଗ ଙ୍କୁ ଜିଲ୍ଲା ପ୍ରଶାସନ ର ସମ୍ବର୍ଦ୍ଧନା


ବଲାଙ୍ଗୀର, ୦୧ ଜୁନ୍(ହି.ସ.) – ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ପାରା-ତୀରନ୍ଦାଜ(ଚବକ୍ସବ-ଇକ୍ସମଷରକ୍ସଚ୍ଚ) ସିରିଜ୍-୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଦେଶ ଓ ଓଡ଼ିଶା ମାଟିକୁ ଗୌରବାନ୍ୱିତ କରିଥିବା ଆନ୍ତର୍ଜାତୀୟ କୀର୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ସୁଶ୍ରୀ ପାୟଲ୍ ନାଗଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଏହି ବିଶେଷ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରବ ଶିୱାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ଏବଂ ଶୈଶବରେ ଏକ ଦୁର୍ଘଟଣାରେ ନିଜର ଦୁଇ ହାତ ଓ ଦୁଇ ଗୋଡ଼ ହରାଇଥିବା ସତ୍ୱେ ପାୟଲ୍ ନିଜର ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ବିଶ୍ୱ ମଂଚରେ ୧ ନମ୍ବର ଖେଳାଳିଙ୍କୁ ପରାସ୍ତ କରି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବର ବିଷୟ ପାଲଟିଛି। ତାଙ୍କର ଏହି ପ୍ରତିଭାକୁ ପ୍ରଶଂସା କରି ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର ବିଶ୍ୱ ଚାମ୍ପିୟନ ପାୟଲ୍ଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ, ପାୟଲ୍ କେବଳ ବଲାଙ୍ଗୀରର ନୁହଁନ୍ତି, ବରଂ ସାରା ଦେଶର ଗୌରବ। ତାଙ୍କର ଏହି ବିଜୟ ଯାତ୍ରା ପ୍ରମାଣ କରେ ଯେ ଦୃଢ଼ ମନୋବଳ ଆଗରେ କୌଣସି ପ୍ରତିବନ୍ଧକ ବାଧା ସୃଷ୍ଟି କରିପାରିବ ନାହିଁ। ପାୟଲ୍ଙ୍କ ଆଗାମୀ ପାରା ଏସୀୟ କ୍ରୀଡ଼ା (ଚବକ୍ସବ ଇଗ୍ଦସବଦ୍ଭ ଏବଜ୍ଞରଗ୍ଦ) ଏବଂ ପାରାଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯିବ।

ସମ୍ବର୍ଦ୍ଧନାର ପ୍ରତିଉଲରରେ ଭାବବିହ୍ୱଳ ହୋଇ ବିଶ୍ୱ ବିଜୟିନୀ ପାୟଲ୍ ନାଗ କହିଥିଲେ ଯେ, ଏହି ସଫଳତା ପଛରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ତାଙ୍କ କୋଚ୍ଙ୍କ ବହୁତ ବଡ଼ ଅବଦାନ ରହିଛି। ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଆହୁରି ପଦକ ଆଣିବା ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଡାଃ ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ହୋଇ ପାୟଲ୍ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande