
ତେହେରାନ୍ (ଇରାନ), ଜୁନ 1 (ହି.ସ) ଇରାନ ରାଷ୍ଟ୍ରପତି ମାସୌଦ୍ ପେଜେସ୍କିଆନ୍ ବର୍ତ୍ତମାନ ସୁଦ୍ଧା ତାଙ୍କ ପଦବୀରେ ରହିଛନ୍ତି। ମସୁଦ ନିଜ ପଦରୁ ଇସ୍ତଫା ଦେଇନାହାନ୍ତି। ରବିବାର ଦିନ ବିଶ୍ୱ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ତାଙ୍କ ଇସ୍ତଫା ଖବର ଉପରେ ବିଳମ୍ବିତ ରାତିରେ ଇରାନ ପ୍ରଶାସନ ପ୍ରତିକ୍ରିୟା ପ୍ରକାଶ କରିଥିଲା। ପ୍ରଶାସନ ମୁଖପାତ୍ର ଫାତିମା ମୋହାଜେରାନୀ କହିଛନ୍ତି ଯେ ଏହା କେବଳ ଏକ ଗୁଜବ ।
ଇରାନ ଶାସନ ମୁଖପାତ୍ର ଫାତେମା ମୋହାଜେରାନୀ ରବିବାର ବିଳମ୍ବିତ ରାତିରେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ କଠିନ ଦିନରେ ଇରାନ ଲୋକଙ୍କ ସହ ଠିଆ ହୋଇଛନ୍ତି ବୋଲି ଆଇଆରଏନଏ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ତାଙ୍କ ପ୍ରଶାସନ ଦେଶର ସମସ୍ୟାଗୁଡ଼ିକର ସମାଧାନ କରିବା ଏବଂ ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛି। ମୋହାଜେରାନୀ କହିଛନ୍ତି ଯେ ସେ ତାଙ୍କ ପଦବୀରେ ରହିଛନ୍ତି। ତାଙ୍କ ଇସ୍ତଫା ଖବର ଏକ ଗୁଜବ।
ଉଲ୍ଲେଖଯୋଗ୍ୟ ଯେ, ରବିବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମାସୁଦ ପେଜେସ୍କିଆନ୍ ଅଂଶଗ୍ରହଣ କରିଥିଲେ। ଆରୋପିତ ଯୁଦ୍ଧ ସମୟରେ ସମସ୍ତ ଏଜେନ୍ସିର ଭୂମିକା ପାଇଁ ସେ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ଜନସାଧାରଣଙ୍କୁ ବର୍ତ୍ତମାନର ବାସ୍ତବତା ପ୍ରତି ସଚେତନ ହେବାକୁ ଆହ୍ୱାନ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଲାଗୁ ହୋଇଥିବା ପ୍ରତିବନ୍ଧକ ଏବଂ ଚାପ ଯୋଗୁଁ ଦେଶର କେତେକ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଛି। ଏହାର କିଛି ସମୟ ପରେ ତାଙ୍କ ଇସ୍ତଫା ଖବର ପ୍ରକାଶ ପାଇଥିଲା। ଏପରିକି ଏହା ମଧ୍ୟ କୁହାଯାଇଥିଲା ଯେ ସେ ଦେଶର ସର୍ବୋଚ୍ଚ ନେତାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏଥିରେ କିଛି ସତ୍ୟତା ନାହିଁ ବୋଲି ସରକାର କହିଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା