
ଭୁବନେଶ୍ୱର, 01 ଜୁନ୍ (ହି.ସ.) ଆସନ୍ତା ଜୁନ୍ ୨୧ ତାରିଖରେ ପାଳିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ମହୋତ୍ସବ ସମିତି ଓ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଟେନିସ ଅଡିଟୋରିୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଜୁନ୍ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ଯୋଗ ଶିବିର ଆୟୋଜନ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ, ବ୍ଲକ୍ ମୁଖ୍ୟାଳୟ ଏବଂ ପଞ୍ଚାୟତ ସ୍ତରରେ ଯୋଗ ଦିବସ ପାଳନ ପାଇଁ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା।
କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ସୁଧାକର ନାୟକ ଏବଂ ଧୀରଜ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଭିନ୍ନ ସହଭାଗିତା ଓ ସମନ୍ୱୟ ଦିଗ ଉପରେ ଆଲୋକପାତ କରିଥିଲେ।
ଯୋଗ ମହୋତ୍ସବ ସମିତି ପକ୍ଷରୁ ସଭାପତି ଆଲୋକ ଦାସ, ଉପସଭାପତି ଅସୀମ ସାହାଣୀ, କାର୍ଯ୍ୟକାରୀ ସମ୍ପାଦକ ସତ୍ୟଶୋଭନ ମିଶ୍ର, କୋଷାଧ୍ୟକ୍ଷ ଚନ୍ଦନ ପ୍ରଧାନ, ଟ୍ରଷ୍ଟି ସରୋଜକାନ୍ତ ମହାପାତ୍ର, ସଦସ୍ୟ ସନତ ପଟ୍ଟନାୟକ, ପ୍ରଣବ କୁମାର ରାୟ, ପ୍ରାନ୍ତ ସଂଯୋଜକ ପ୍ରେମାନନ୍ଦ ନାଥ, ଅମୀୟ ଦାସ, ପ୍ରଫୁଲ୍ଲ ପ୍ରଧାନ ଓ ଜ୍ୟୋତି ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ଏବଂ ସଫଳ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ।
ବୈଠକରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ଜନଆନ୍ଦୋଳନର ରୂପ ଦେବା ସହିତ ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ