ପୁଲିସର ନିସ୍ତୁକ ମାଡ଼ରେ ଦିବ୍ୟାଙ୍ଗ ଯୁବକର ମୃତ୍ୟୁ ଅଭିଯୋଗ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି
ଗଂଜାମ, 01 ଜୁନ୍ (ହି.ସ.) କବିସୂର୍ଯ୍ୟନଗର ଥାନା ପୁଲିସ ଅଧିକାରୀମାନଙ୍କ ନିସ୍ତୁକ ମାଡ଼ରେ ସାବୁଳିଆ ଗ୍ରାମର ଦିବ୍ୟାଙ୍ଗ ଯୁଵକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁଶାନ୍ତସାହୁ(୩୨)କୁ ପିଟିପିଟି ପୁଲିସ ମାରି ଦେଇଥିବା ଅଭିଯୋଗ ହୋଇଛି । ଗତ ୨୫ତାରିଖରୁ ପୁଲିସ ଥାନାକୁ ଆଣି ଥାନାରେ ରଖି ନ
ପୁଲିସର ନିସ୍ତୁକ ମାଡ଼ରେ ଦିବ୍ୟାଙ୍ଗ ଯୁବକର ମୃତ୍ୟୁ ଅଭିଯୋଗ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି


ଗଂଜାମ, 01 ଜୁନ୍ (ହି.ସ.) କବିସୂର୍ଯ୍ୟନଗର ଥାନା ପୁଲିସ ଅଧିକାରୀମାନଙ୍କ ନିସ୍ତୁକ ମାଡ଼ରେ ସାବୁଳିଆ ଗ୍ରାମର ଦିବ୍ୟାଙ୍ଗ ଯୁଵକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁଶାନ୍ତସାହୁ(୩୨)କୁ ପିଟିପିଟି ପୁଲିସ ମାରି ଦେଇଥିବା ଅଭିଯୋଗ ହୋଇଛି । ଗତ ୨୫ତାରିଖରୁ ପୁଲିସ ଥାନାକୁ ଆଣି ଥାନାରେ ରଖି ନିର୍ଯାତନା ଦେଇ ମାଡ ମାରିଵା ସହ ଗରମ ପାଣି ତା ଉପରେ ପକାଇ ଫୋଟକା କରାଯାଇଛି । ଗତକାଲି ଆହତ ଗୁରୁତର ଯୁବକକୁ ତାଙ୍କ ପରିବାରକୁ ପଠାଦେଈଥିଲେ। ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନା ଓ ପରେ ଅଧିକ ଚିକିତ୍ସା ପାଈ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ସୁଶାନ୍ତର ମୃତ୍ୟୁ ଘଟିଛି।ଏହି ଘଟଣା ପରେ କବିସୂର୍ଯ୍ୟ ନଗର ଥାନା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ତଦନ୍ତ କରିବାକୁ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଆଜି ସକାଳେ ଗଞ୍ଜାମ ଜିଲା ଏସପି କବିସୂର୍ଯ୍ୟ ନଗର ଥାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande