
କେନ୍ଦ୍ରାପଡ଼ା, ୦୧ ଜୁନ୍(ହି.ସ.) – ଜିଲ୍ଲାରେ ଥିବା +୩ ସମସ୍ତ କଲେଜର ଉନ୍ନୟନ ମୂଳକ କାର୍ଯ୍ୟ ଓ ଛାତ୍ର/ଛାତ୍ରୀଙ୍କର ପାଠପଢ଼ା ସଂପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାଙ୍ର୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗର ରିଜିଓନାଲ୍ ଡାଇରେକ୍ଟର ଡକ୍ଟର ସରୋଜ ଲକ୍ଷ୍ମୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ କଲେଜକୁ ଆସୁଥିବା ସରକାରୀ ଅନୁଦାନ ପାଣ୍ଠିର ସୁ ଉପଯୋଗ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। କଲେଜର ଆବଶ୍ୟକ ନୂତନ ଶ୍ରେଣୀ ଗୃହ ନିର୍ମାଣ ମରାମତି, ପାଠାଗାର, କମନ ରୁମ୍, ପରିସ୍ରାଗାର ଓ ପାଇଖାନା। ଶିକ୍ଷାରେ କେନ୍ଦ୍ରାପଡା ଜିଲ୍ଲାକୁ ଅଗ୍ରଣୀ କରିବାପାଇଁ ଆଲୋଚନା କରାଯାଇଥିଲା। ଏଥିସହିତ ଜିଲ୍ଲାରେ ଥିବା ବିଭିନ୍ନ କଲେଜ୍ର ଜମି ସମସ୍ୟା, ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ। କଲେଜର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରାଯାଇଥିଲା। ସରକାରୀ ଅନୁଦାନ ପାଣ୍ଠି ଗୁଡିକର ସଠିକ୍ ଭାବରେ ଉପଯୋଗ କରି କଲେଜ୍ରେ ଆବଶ୍ୟକ ଥିବା ବିଭିନ୍ନ ଗୃହ ନିର୍ମାଣ କରିବା ପାଇଁ ସମସ୍ତ କଲେଜ୍ର ଅଧ୍ୟକ୍ଷ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ଜିଲ୍ଲା ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆର୍ଡିର ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ +୨ ରେ ଜିଲ୍ଲାରେ ଟପ୍ପର ହୋଇଥିବା ୮ ଜଣ ଛାତ୍ର/ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ କଲେଜ୍ର ଅଧ୍ୟକ୍ଷ/ଅଧ୍ୟାପକ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି