ସକ୍ଷମାର ଖୋଲା ଆଲୋଚନା ଅନୁଷ୍ଠିତ
ଭୁବନେଶ୍ୱର, ୦୧ ଜୁନ (ହି.ସ) - ସତ୍ୟନଗର ସ୍ଥିତ, ତୋଷାଳି ଭବନ,ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସକ୍ଷମାର ଏକ ଖୋଲା ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ଗୀତାଞ୍ଜଳି ନାୟକ, ଅତିରିକ୍ତ ଶାସ
ସକ୍ଷମାର ଖୋଲା ଆଲୋଚନା ଅନୁଷ୍ଠିତ


ଭୁବନେଶ୍ୱର, ୦୧ ଜୁନ (ହି.ସ) - ସତ୍ୟନଗର ସ୍ଥିତ, ତୋଷାଳି ଭବନ,ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସକ୍ଷମାର ଏକ ଖୋଲା ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀମତୀ ଗୀତାଞ୍ଜଳି ନାୟକ, ଅତିରିକ୍ତ ଶାସନ ସଚିବ, ପଂଚାୟତିରାଜ ଓ ପାନୀୟଜଳ ବିଭାଗ,ଏହି ଖୋଲା ଆଲୋଚନରେ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମମାନଙ୍କ ନିମନ୍ତେ ପଂଚାୟତିରାଜ ଓ ପାନୀୟଜଳ ବିଭାଗତରଫରୁ କଣ ସୁବିଧା ରହୁଛି ଏବଂ ତାର ପ୍ରାବଧାନ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ସେହିପରି ବିଜୟ ସ୍ୱାଇଁ, କ୍ରୀଡା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ, କ୍ରୀଡା କ୍ଷେତ୍ରରେ ବହୁ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ରାଜ୍ୟ ପାଇଁ ଯେଉଁ ଗର୍ବଗୌରବ ଆଣୁଛନ୍ତି ସେମାନଙ୍କ ନିମନ୍ତେ ବିଭାଗ ତରଫରୁ ଯେଉଁ ସୁବିଧା ସୁଯୋଗ ଦେବା କଥା ସେଥି ପାଇଁ ଆମେ ଚେଷ୍ଟା କରୁଛୁ । କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ଭିନ୍ନକ୍ଷମମାନଙ୍କୁ ସାପୋର୍ଟ କଲାଭଳି ଏକ ଶୟନ ଗୃହ ଏବଂ ଷ୍ଟାଡିୟମ ନିର୍ମିତ କରାଯାଇଥିବା ସେ ପ୍ରକାଶ କରିଥିଲେ । ଏହା ସହ ପରବର୍ତୀ ସମୟରେ ଭିନ୍ନକ୍ଷମମାନଙ୍କୁ ସୁବିଧା କଲାଭଳି ଟୟଲେଟ, ରାମ୍ପ, ଲିଫ୍ଟ ତଥା ଅନ୍ୟାନ୍ୟ ସୁବିଧା ପାଇଁ ଚେଷ୍ଟା କରିବୁ ବୋଲି କହିଥିଲେ ।

ରେଡିଓ ଉଡାନର ପ୍ରତିଷ୍ଠାତା, ଦାନିଶ ମହାଜନ,ଏହି ଖୋଲା ଆଲୋଚନାରେ ଭରଚୁଆଲ ମୋଡ ମାଧ୍ୟମରେ ଯୋଗଦେଇ ବିଭିନ୍ନ ରାଜ୍ୟରେ ଭିନ୍ନକ୍ଷମମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନିମନ୍ତେ ଯେଉଁ ସୁବିଧା ପ୍ରଦାନ କରାଯାଉଛି ତାର ଅପଡେଟ ଖବର ପ୍ରଦାନ କରିଥିଲେ ।

ଜ୍ୟୋତି ରଞ୍ଜନ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା ଅତିଥି ଭାବେ ଯୋଗଦେଇ ଜିଲ୍ଲା ସ୍ତରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭିନ୍ନକ୍ଷମମାନଙ୍କ ନିମନ୍ତେ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଅଲୋଚନ କରିଥିଲେ । ବାଣୀଶ୍ରୀ ଛାତ୍ରବୃତି ୬୭୮ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏବଂ ଅନ୍ୟ ସ୍କଲାରଶିପ ଅଛି ୫୭ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରୁଥିବା ସେ ପ୍ରକାଶ କରିଥିଲେ। ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମମାନଙ୍କୁ ସାପୋର୍ଟ କଲାଭଳି ପରିବେଶ ତିଆରି କରୁଛୁ ।

ଏହି ଖୋଲା ଆଲୋଚନାକୁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଅଧ୍ୟକ୍ଷତା କରି କହିଥିଲେ ଯେ, କ୍ରୀଡା ଓ ଯୁବସେବା ଓ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ କଣ କଣ କାର୍ଯ୍ୟ କରୁଛି ସେ ବିଷୟରେ ପଚାରି ବୁଝି ଥିଲେ ଏବଂ କ୍ରୀଡା କ୍ଷେତ୍ରରେ କଣ ସୁବିଧା ପ୍ରଦାନ କରାଯାଇପାରିବ ସେ ଦିଗରେ ବିଶେଷ ପଦକ୍ଷେପ ନେବା ପାଇଁ ତଥା ବିଭାଗର ୱେବ୍ସାଇଟରେ ମଧ୍ୟ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ଆକସେସ କରିବାକୁ ଅନୁରୋଧ କରିଥିଲେ ।

ଏହି ଆଲୋଚନାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କ୍ରୀଡା ଓ ଯୁବସେବା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭଗର ଅଧିକାରୀ, ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande