ତମାଖୁ କ୍ଷତି ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୧ ଜୁନ୍ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ସ୍ଵାସ୍ଥ୍ୟ ଶିବିର ଓ ତମାଖୁର ଭୟାଭୟତା ଉପରେ ପରାମର୍ଶ ଦେଇଥିଲେ। ଡା. ନକୁଳ ସାହୁ କହିଲେ ତମାଖୁ, ମଦ୍ୟ, ଧୂମପାନ, ଗୁଡ଼ାଖୁ ଆଦି ନିଶାଦ୍ରବ୍ୟ ସେବନ ଦ୍ଵାରା କ୍ୟାନସର୍, ଯକ୍ଷ୍ମା, ହୃଦ୍ ରୋଗ
ଅଁଳା ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର


ଗଞ୍ଜାମ, ୧ ଜୁନ୍ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ସ୍ଵାସ୍ଥ୍ୟ ଶିବିର ଓ ତମାଖୁର ଭୟାଭୟତା ଉପରେ ପରାମର୍ଶ ଦେଇଥିଲେ। ଡା. ନକୁଳ ସାହୁ କହିଲେ ତମାଖୁ, ମଦ୍ୟ, ଧୂମପାନ, ଗୁଡ଼ାଖୁ ଆଦି ନିଶାଦ୍ରବ୍ୟ ସେବନ ଦ୍ଵାରା କ୍ୟାନସର୍, ଯକ୍ଷ୍ମା, ହୃଦ୍ ରୋଗ, ବୃକକ୍ ରୋଗ, ଶ୍ୱାସ, କାଶ ଆଦି ରୋଗ ଓ ପରିବାର, ପରିବେଶ ବିପର୍ଯ୍ୟସ୍ତ ହେଉଛି ଏହାକୁ ଛାଡ଼ିବା ପାଇଁ ଲବଙ୍ଗ, ଛୋଟ ଗୁଜରାତି ଅଭାବରେ ମିଠାଗୁଆ ତେନ୍ତୁଳି ମଞ୍ଜି, କଳରେ ଜାକି ଅଭ୍ୟାସ ଛାଡିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande