୧୨ ଜୁନରେ ରାଷ୍ଟ୍ରପତିଙ୍କ ଡେରାଡୁନ ଗସ୍ତ
ଡେରାଡୁନ, ଜୁନ 1 (ହି.ସ)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସାମରିକ ଏକାଡେମୀ (ଆଇ. ଏମ୍. ଏ.) ର ପାସିଂ ଆଉଟ୍ ପରେଡରେ ''ଜୁନ ୧୩ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତି ଜୁନ 12 ରେ ଦୁଇ ଦିନିଆ ଗସ୍ତରେ ଡେରାଡୁନରେ ପହଞ୍ଚିବେ। ସୋମବାର ଦିନ ଜଣେ ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି ଯ
राष्ट्रपति द्रौपदी मुर्मु  फाईल चित्र।


ଡେରାଡୁନ, ଜୁନ 1 (ହି.ସ)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସାମରିକ ଏକାଡେମୀ (ଆଇ. ଏମ୍. ଏ.) ର ପାସିଂ ଆଉଟ୍ ପରେଡରେ 'ଜୁନ ୧୩ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତି ଜୁନ 12 ରେ ଦୁଇ ଦିନିଆ ଗସ୍ତରେ ଡେରାଡୁନରେ ପହଞ୍ଚିବେ।

ସୋମବାର ଦିନ ଜଣେ ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି ଯେ ରାଷ୍ଟ୍ରପତି ମୁର୍ମୁ ଜୁନ 12 ଏବଂ 13 ରେ ଡେରାଡୁନକୁ ଦୁଇ ଦିନିଆ ଗସ୍ତରେ ଯିବେ। ଜୁନ ୧୩ ସକାଳ 7ଟା 30 ମିନିଟରେ ରାଷ୍ଟ୍ରପତି ଏକାଡେମୀ ଏବଂ କ୍ୟାମ୍ପସରେ ଆଇ. ଏମ୍. ଏ. ର 158ତମ ନିୟମିତ ପାଠ୍ୟକ୍ରମ ଏବଂ 141ତମ ବୈଷୟିକ ସ୍ନାତକ ପାଠ୍ୟକ୍ରମର ପାସିଂ ଆଉଟ ପରେଡକୁ ଅଭିବାଦନ ଜଣାଇବେ ଏବଂ ସଫଳତାର ସହ ତାଲିମ ସମାପ୍ତ କରିଥିବା ଜେଣ୍ଟେଲମେନ କ୍ୟାଡେଟମାନଙ୍କୁ ସମ୍ବୋଧିତ କରିବେ। ଏହି ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ୟାଡେଟମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇପାରେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande