
ଭୁବନେଶ୍ୱର, 1 ଜୁନ(ହି.ସ) ଆଜି
ଭୁବନେଶ୍ୱର ଠାରେ 'ଜନ ଶୁଣାଣି' କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏହି
ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରାଯାଇଛି। ସେସବୁର
ଯଥାଶୀଘ୍ର ସମାଧାନ ସହ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ ନିମନ୍ତେ ମୁଖ୍ୟମନ୍ତ୍ରୀ
ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣ ଯେଉଁ ଆଶା ଓ ବିଶ୍ୱାସର ସହ ଆସିଛନ୍ତି,
ତାହାକୁ ସମ୍ମାନ ଜଣାଇ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଆମ ସରକାରଙ୍କ
ପ୍ରାଥମିକତା। ଲୋକଙ୍କ ସେବା, ସୁଶାସନ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ଏକ 'ବିକଶିତ ଓଡ଼ିଶା' ଗଠନ ଦିଗରେ ଆମେ
ପ୍ରତିବଦ୍ଧ।
ଏହି ଅବସରରେ ଉପ
ମୁଖ୍ୟମନ୍ତ୍ରୀ ଶ୍ରୀ କେଭି ସିଂହଦେଓ,
ବିଭିନ୍ନ ବିଭାଗର ମାନ୍ୟବର ମନ୍ତ୍ରୀଗଣ ଓ ବିଭାଗୀୟ
ସଚିବ ତଥା ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା