କଂଗ୍ରେସର ଜିଲା କମିଟି, ବ୍ଲକ ଓ ନଗର କମିଟିର ସମିକ୍ଷା
ଜୟପୁର, ୧ ଜୁନ୍ (ହି.ସ.)- ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆଜି କଂଗ୍ରେସର ଜିଲା କମିଟି, ବ୍ଲକ ଓ ନଗର କମିଟିର ସମିକ୍ଷା ସହ ପଞ୍ଚାୟତ ପୌର ନିର୍ବାଚନ ନେଇ କଂଗ୍ରେସ ତରଫରୁ ପ୍ରସ୍ତୁତି ବୈଠକ , ବିଏଲଏ-୧ ଓ ବିଏଲଏ-୨ ସମିକ୍ଷା ମଧ୍ୟ କରାଯାଇଛି । କୋରାପୁଟ ଜିଲା କଂଗ୍ରେସର ସଭାପତି ରୁ
କଂଗ୍ରେସର ଜିଲା କମିଟି, ବ୍ଲକ ଓ ନଗର କମିଟିର ସମିକ୍ଷା


ଜୟପୁର, ୧ ଜୁନ୍ (ହି.ସ.)- ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆଜି କଂଗ୍ରେସର ଜିଲା କମିଟି, ବ୍ଲକ ଓ ନଗର କମିଟିର ସମିକ୍ଷା ସହ ପଞ୍ଚାୟତ ପୌର ନିର୍ବାଚନ ନେଇ କଂଗ୍ରେସ ତରଫରୁ ପ୍ରସ୍ତୁତି ବୈଠକ , ବିଏଲଏ-୧ ଓ ବିଏଲଏ-୨ ସମିକ୍ଷା ମଧ୍ୟ କରାଯାଇଛି । କୋରାପୁଟ ଜିଲା କଂଗ୍ରେସର ସଭାପତି ରୁପକ ତୁରୁକଙ୍କ ଆହ୍ୱାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ ସମ୍ପାଦକ ଓ ଓଡିଶା ସହ ପ୍ରଭାରୀ ଜେ.ଟି କୁସୁମ ଯୋଗ ଦେଇଥିଲେ । କୋରାପୁଟ ଜିଲାର ସାଂଗଠନିକ ସ୍ଥିତି ଓ କାଯ୍ୟକଳାପ ଉପରେ ସମିକ୍ଷା କରିଥିଲେ । ପ୍ରଦେଶ କଂଗ୍ରେସର ସ୍ୱତନ୍ତ୍ର ପଯ୍ୟବେକ୍ଷକ ଅଜିତ ଦାସ ଓ ମୁରଲୀଧର ନାୟକ ,ପଟାଙ୍ଗି ବିଧାୟକ ତଥା ବିରୋଧି ଦଳର ନେତା ରାମ କାଡାମ ଉପସ୍ଥିତ ରହିଥିଲେ । ଆଗାମୀ ପଞ୍ଚାୟତ ଓ ପୌର ନିବାଚନରେ ଯେପରି କଂଗ୍ରେସ ଅକ୍ତିଆର କରିବ ସେ ନେଇ ଉପସ୍ଥିତ ସହ ପ୍ରଭାରି ମନ୍ତ୍ର ଦେଇଥିଲେ । ବତ୍ତମାନର ଡବଲ ଇଞ୍ଜିନ ସରକାର ରେ ମହିଳା ଛାତ୍ର ଛାତ୍ରୀ ସାଧାରଣ ଜନତା, ଚାଷି, ଗୃହିଣି ସମସ୍ତେ ଅତିଷ୍ଠ ହେଲେଣି । ରାଜ୍ୟ ଓ କେନ୍ଦ୍ର ସରକରା ବିଫଳ ହୋଇଛି । ରାଜ୍ୟରେ ରୋଜଗାର ନାହିଁ । ଗାଁ ଗହଳିରେ ଲୋକେ ଖାଇବାରୁ ପାଇ ପାରୁ ନାହାନ୍ତି । ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ପ୍ରତ୍ୟେକ ଦିନ କର୍ମଚାରି ମାନଙ୍କୁ ଛଟେଇ କରାଯାଉଛି । ପେଟ୍ରୋଲ, ଡିଜେ. ଗ୍ୟାସର ଦରଦାମ ବୃଦ୍ଧି ଉପରେ ଲୋକଙ୍କ ପାଖରେ ପହଞ୍ଚି ସଚେତନ କରି ଆଗାମି ପୌର ଓ ପଞ୍ଚାୟତ ନିର୍ବାଚନରେ ଯେପରି କଂଗ୍ରେସ ବିଜୟ ହେବ ସେଥିପ୍ରତି ସମସ୍ତ କଂଗ୍ରେସ କର୍ମି ଓ ନେତା ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଛି । ଆଗାମି ସାଧାରଣ ନିର୍ବାଚନରେ ରାଜ୍ୟ ଓ କେନ୍ଦ୍ରରେ ଯେପରି କଂଗ୍ରେସ ସରକାରି ଗଢିବ ସେ ନେଇ ଏବେ ଠାରୁ ସମସ୍ତେ ତତ୍ପରତା ପ୍ରକାଶ କରିବାକୁ ଆହ୍ୱାନ ଦିଆଯାଇଛି ।

ବୈଠକରେ ବରିଷ୍ଠ କଂଗ୍ରେସ ନେତା ବିଦୋନ ମହାପାତ୍ର, ଜିଲା ମହିଳା କଂଗ୍ରେସ ସଭାନେତ୍ରି ନଳିନି ରଥ, କୃଷ୍ଣ କୁଳଦିପ ଭଗବାନ ବାହିନିପତି, ଭାବାନି ଶଙ୍କର ରଥ, ଅଶୋକ ଗନ୍ତାୟକ, ବସନ୍ତ ନାୟକ କୋରାପୁଟ ଜିଲାର ବ୍ଲକ ସଭାପତି ନଗର ସଭାପତି, ଛାମୁଆ ସଂଗଠନର ମୁଖ୍ୟ, ପିସିସି କର୍ମକତ୍ତା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ କିଷାନ କଂଗ୍ରେସର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande