ଜେଇଇ ଆଡଭାନ୍ସ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 01 ଜୁନ୍ (ହି.ସ.)- ଜେଇଇ ଆଡଭାନ୍ସ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୬ ଜେଇଇ ଆଡ଼ଭାନ୍ସ ପରୀକ୍ଷାର
ଜେଇଇ ଆଡଭାନ୍ସ ପରୀକ୍ଷାର     କୃତୀ ଛାତ୍ରଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 01 ଜୁନ୍ (ହି.ସ.)- ଜେଇଇ ଆଡଭାନ୍ସ

ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୬ ଜେଇଇ ଆଡ଼ଭାନ୍ସ

ପରୀକ୍ଷାର ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣମାନଙ୍କର

ଏହି ସଫଳତା କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ

ଇଚ୍ଛାଶକ୍ତିର ପରିଣାମ।

ପରୀକ୍ଷା ଫଳ ନିର୍ବିଶେଷରେ

ସମସ୍ତେ ଜୀବନର ପ୍ରତ୍ୟେକଟି ପାଦରେ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ସହ ଆଗକୁ ବଢ଼ିଚାଲନ୍ତୁ।

ଆଗାମୀ ଦିନରେ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ

ବିଦ୍ୟାର୍ଥୀ ସଫଳତା ହାସଲ କରି ସମାଜ ଓ ଦେଶର ଉନ୍ନତିରେ ନିଜକୁ ନିୟୋଜିତ କରନ୍ତୁ,

ଏହାହିଁ ମୋର କାମନା। ସମସ୍ତଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande