
ଭୁବନେଶ୍ୱର, ୦୧ ଜୁନ (ହି.ସ) - ସିବିଏସଇକୁ ନେଇ ସୋସିଆଲ ମିଡ଼ିଆରେ କଂଗ୍ରେସର ଅପପ୍ରଚାର ପ୍ରସଙ୍ଗରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି କଂଗ୍ରେସ ଏବଂ କିଛି ନିର୍ଦ୍ଦିଷ୍ଟ ଦଳ ଟୁଲକିଟ୍ ବ୍ୟବହାର କରି ଏମତି କରୁଛନ୍ତି। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି
। ଅତୀତରେ ଏମିତି କରିକି ବି ସେମାନେ ବିଫଳ ହୋଇଛନ୍ତି। ଆଜି ସେଭଳି ମିଥ୍ୟା ପ୍ରଚାର କରି କେନ୍ଦ୍ରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଏହା ଦ୍ୱାରା କଦର୍ଯ୍ୟ ରାଜନୈତିକ ପରମ୍ପରା ସୃଷ୍ଟି କରାଯାଉଛି
ସେ ଆହୁରି କହିଛନ୍ତି ଯେ ବିନା ସତ୍ୟତାରେରେ ପ୍ରଚାର ହେଲେ ରାଜନୀତିର ଦିଗ କଳୁଷିତ ହେବ। ରାଜନୀତି କରିବାକୁ ଭଲ ଲୋକ ଆସିବେ ନାହିଁ। ମିଥ୍ୟା ପ୍ରଚାର ପାଇଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଦୂରରେ ରୁହନ୍ତୁ
। କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀଙ୍କ ବାବଦରେ ମିଥ୍ୟା ପ୍ରଚାରରୁ ବିରତ ରୁହନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା