ପଞ୍ଜାବ : ଲୁଧିଆନାରେ ଗ୍ୟାସ୍ ଲିକ୍ ଯୋଗୁଁ ୩ ମୃତ, ୨ ଗୁରୁତର
ଚଣ୍ଡୀଗଡ଼, ୧ ଜୁନ୍ (ହି.ସ.)- ପଞ୍ଜାବର ଲୁଧିଆନାରେ ଥିବା ଏକ କାରଖାନାରେ ରବିବାର ରାତିରେ ଗ୍ୟାସ୍ ଲିକ୍ ହେବା ଫଳରେ ବାପା-ପୁଅଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୋମବାର ସକାଳ ପ୍ରାୟ ୧୦ଟା ବେଳେ ପୋଲିସ ଏବଂ ପ୍ରଶାସନକୁ ଏହି ଘଟଣା ବିଷୟରେ ସ
ପଞ୍ଜାବ : ଲୁଧିଆନାରେ ଗ୍ୟାସ୍ ଲିକ୍ ଯୋଗୁଁ ୩ ମୃତ, ୨ ଗୁରୁତର


ଚଣ୍ଡୀଗଡ଼, ୧ ଜୁନ୍ (ହି.ସ.)- ପଞ୍ଜାବର ଲୁଧିଆନାରେ ଥିବା ଏକ କାରଖାନାରେ ରବିବାର ରାତିରେ ଗ୍ୟାସ୍ ଲିକ୍ ହେବା ଫଳରେ ବାପା-ପୁଅଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୋମବାର ସକାଳ ପ୍ରାୟ ୧୦ଟା ବେଳେ ପୋଲିସ ଏବଂ ପ୍ରଶାସନକୁ ଏହି ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ପରେ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ସହିତ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ। ଏଫ୍. ଏସ୍. ଏଲ୍. ଟିମ୍ ର ରିପୋର୍ଟ ଆଧାରରେ ଗ୍ୟାସ୍ ଲିକ୍ ହେବାର କାରଣ ଖୋଜା ଚାଲିଛି ।

ଖବର ମିଳିଥିଲା ଯେ, ଲୁଧିଆନାରେ ଏକ ଚାବି ନିର୍ମାତା କମ୍ପାନୀ ସ୍ୱାଭାବିକ୍ ଭାବେ କାର୍ଯ୍ୟ କରୁଥିଲା। ଗତକାଲି ରାତିରେ ଏଠାରେ ପାଇପଲାଇନ୍ ରୁ ହଠାତ୍ ଗ୍ୟାସ୍ ଲିକ୍ ଆରମ୍ଭ ହୋଇଥିଲା । ଗ୍ୟାସର ପ୍ରଭାବ ଏତେ ପ୍ରବଳ ଥିଲା ଯେ ସେଠାରେ ଉପସ୍ଥିତ ଶ୍ରମିକମାନେ ବାହାରକୁ ବାହାରିବାର ସୁଯୋଗ ମଧ୍ୟ ପାଇ ନଥିଲେ। ଶ୍ୱାସରୁଦ୍ଧ ହେବା ଏବଂ ଆଖିରେ ପ୍ରବଳ ଜ୍ୱାଳା ହେତୁ ଅନେକ ଶ୍ରମିକ କାରଖାନା ଭିତରେ ତଳେ ପଡ଼ି ଯାଇଥିଲେ। ଏହି ଭାଗଦୌଡ଼ ମଧ୍ୟରେ ଉଦ୍ୟୋଗରେ କାମ କରୁଥିବା ମାନ ସିଂହ ଏବଂ ତାଙ୍କ ପୁଅ ଅମିତଙ୍କ ବ୍ୟତୀତ ଅନ୍ୟ ଜଣେ କାରିଗର ଶ୍ରୀରାମର ମୃତ୍ୟୁ ଘଟିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମାନ୍ ସିଂ ଏବଂ ଅମିତ୍ ମେସିନର ତଳେ ବାହାରୁଥିବା ମାଟିକୁ ଟ୍ରଲିରେ ଭର୍ତି କରିବାକୁ ଯାଇଥିଲେ । ଏହି ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ଏସ୍. ଡି. ଏମ୍. ଜସଲିନ୍ ଭୁଲ୍ଲରଙ୍କ କହିବା ଅନୁଯାୟୀ, ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ନିଆଯାଇଛି ଏବଂ ଆହତ ଦୁଇ ଜଣ ଚିକିତ୍ସାଧିନ ଅଛନ୍ତି । ଏଫ୍. ଏସ୍. ଏଲ୍. ଟିମ୍ ର ରିପୋର୍ଟ ଆଧାରରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି। ଏସ୍. ଡି. ଏମ୍. ଙ୍କ କହିବା ଅନୁଯାୟୀ, କାରଖାନାଟି ଡିପ୍ ଟୁଲ୍ସ ଆର. କେ. ରୋଡରେ ଅବସ୍ଥିତ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande