ସରକାର ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଅନ୍ତୁ : ଭକ୍ତ
ଭୁବନେଶ୍ୱର, ୦୧ ଜୁନ (ହି.ସ) - ପିସିସି ସଭାପତି ଭକ୍ତ ଚରଣ ଦାସ ସୋମବାର କଳାହାଣ୍ଡି ଜିଲ୍ଲାର ଏମ ରାମପୁର ବ୍ଲକର ଗୌଡ଼ କର୍ଲାଖୁଂଟା ଗ୍ରାମକୁ ପହଂଚିଥିଲେ। ନିର୍ମାଣଧୀନ ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଶ୍ରମିକ ମାନଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ଜଣା
dr6u


ଭୁବନେଶ୍ୱର, ୦୧ ଜୁନ (ହି.ସ) - ପିସିସି ସଭାପତି ଭକ୍ତ ଚରଣ ଦାସ ସୋମବାର କଳାହାଣ୍ଡି ଜିଲ୍ଲାର ଏମ ରାମପୁର ବ୍ଲକର ଗୌଡ଼ କର୍ଲାଖୁଂଟା ଗ୍ରାମକୁ ପହଂଚିଥିଲେ। ନିର୍ମାଣଧୀନ ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଶ୍ରମିକ ମାନଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଆହତ ହୋଇଥିବା ଶ୍ରମିକଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ପିସିସି ସଭାପତି ଶ୍ରୀ ଦାସ । ଏହା ସହ ପ୍ରତ୍ୟେକ ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ।

ଭବିଷ୍ୟତରେ ଏଭଳି ଦୁର୍ଘଟଣା ଏଡାଇବା ପାଇଁ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ଅଛି ଏବଂ ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ପ୍ରକାଶ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande