ବଳଙ୍ଗା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଠାରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେସାମିଲ ହେଲେ ପ୍ରଭାତି ପରିଡା
ଭୁବନେଶ୍ୱର, 01 ଜୁନ୍ (ହି.ସ.)- ଉତ୍କର୍ଷ ନିମାପଡ଼ା ୨.୦ ଅଧୀନରେ ସେବା ଦିବସ ଅବସରରେ ଆଜି ବଳଙ୍ଗା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଠାରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ପ୍ରଭାତି ପରିଡା କହିଛନ୍ତି ଯେ, ସ୍ୱଚ୍ଛ ପର
ସ୍ୱଚ୍ଛତା


ଭୁବନେଶ୍ୱର, 01 ଜୁନ୍ (ହି.ସ.)- ଉତ୍କର୍ଷ ନିମାପଡ଼ା ୨.୦ ଅଧୀନରେ ସେବା ଦିବସ ଅବସରରେ ଆଜି ବଳଙ୍ଗା ଆୟୁଷ୍ମାନ

ଆରୋଗ୍ୟ ମନ୍ଦିରଠାରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା । ଏହି ଅବସରରେ ପ୍ରଭାତି ପରିଡା କହିଛନ୍ତି ଯେ, ସ୍ୱଚ୍ଛ ପରିବେଶର ବାର୍ତ୍ତା

ଦେବା ସହ ସ୍ୱଚ୍ଛ ନିମାପଡ଼ା-ଗୋପ ଗଠନ ଦିଗରେ ଏହି ପ୍ରୟାସ ବେଶ ସହାୟକ ହେବ। ଏହି ଅବସରରେ ଜନପ୍ରତିନିଧିଗଣ, ନିମାପଡ଼ାର ବ୍ଲକ୍ ଉନ୍ନୟନ ଅଧିକାରୀ ଡକ୍ଟର ଅଭିଜିତ ଷଡ଼ଙ୍ଗୀ ଏବଂ ସ୍ଥାନୀୟ ଜନସାଧାରଣ

ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande