ବହୁଜନ ସମାଜ ପାର୍ଟିର ବିରାଟ ଶୋଭାଯାତ୍ରା ଓ ସଭା
କେନ୍ଦ୍ରାପଡ଼ା, ୦୧ ଜୁନ୍(ହି.ସ.) – ବହୁଜନ ସମାଜ ପାର୍ଟି କେନ୍ଦ୍ରାପଡ଼ା ଶାଖାର ଏକ ବିରାଟ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ଏ ଉପଲକ୍ଷେ ସହରର ମୁଖ୍ୟ ପେଣ୍ଠସ୍ଥଳୀ ତିନିମୁହାଣୀ ଠାରୁ ଏକ ବିରାଟ ଶୋଭାଯାତ୍ରା ପୂର୍ବତନ ସଭାପତି ସେକ୍ ଅହେସାନ୍ ଅଲ୍ଲିଙ୍କ ନେତୃତ୍ୱରେ ବାହାରି ସହର ପରିକ୍ରମା କର
ବହୁଜନ ସମାଜ ପାର୍ଟିର ବିରାଟ ଶୋଭାଯାତ୍ରା ଓ ସଭା ।


କେନ୍ଦ୍ରାପଡ଼ା, ୦୧ ଜୁନ୍(ହି.ସ.) – ବହୁଜନ ସମାଜ ପାର୍ଟି କେନ୍ଦ୍ରାପଡ଼ା ଶାଖାର ଏକ ବିରାଟ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ଏ ଉପଲକ୍ଷେ ସହରର ମୁଖ୍ୟ ପେଣ୍ଠସ୍ଥଳୀ ତିନିମୁହାଣୀ ଠାରୁ ଏକ ବିରାଟ ଶୋଭାଯାତ୍ରା ପୂର୍ବତନ ସଭାପତି ସେକ୍ ଅହେସାନ୍ ଅଲ୍ଲିଙ୍କ ନେତୃତ୍ୱରେ ବାହାରି ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ୍ ଦେଇ ଆମ୍ବେଦକର ଭବନ ଠାରେ ପହଂଚିଥିଲା। ସେଠାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ଡକ୍ଟର ଲାଲାଜି ମେଧାଙ୍କର ମୁଖ୍ୟଅତିଥି, ସଭାପତି ସରୋଜ କୁମାର ନାୟକ, ଉପସଭାପତି ବିଭୁତି ଭୂଷଣ ମାଝି, ବରିଷ୍ଠ ନେତା ଅର୍ଜୁନ କୁମାର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ଅହେସାନ୍ ଅଲ୍ଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଦୁର୍ନୀତି ମୂଳକ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିଥିଲେ। କେନ୍ଦ୍ର ସରକାରଙ୍କର ସମ୍ବିଧାନ ବିରୋଧୀ ନୀତି ଉପରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ କେନ୍ଦ୍ରାପଡ଼ାରେ ହେବାକୁ ଥିବା ଆଗାମୀ ପଂଚାୟତ ନିର୍ବାଚନରେ ଦଳକୁ ମଜବୁତ୍ କରି ପ୍ରତ୍ୟେକ ଜାଗାରୁ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀକୁ ସହଯୋଗ କରି ବିପୁଳ ପରିମାଣରେ ଜିତାଇବା ପାଇଁ ପ୍ରଭାରୀ ଶ୍ରୀ ମେଧାଙ୍କର ଉପସ୍ଥିତ ଥିବା କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଆୟୋଜିତ ଏହି ସଭାରେ ରାଜ୍ୟ ପ୍ରଭାରୀ ଡକ୍ଟର ଲାଲାଜି କେନ୍ଦ୍ରାପଡ଼ାର ପୂର୍ବତନ ସଭାପତି ସେକ୍ ଅହେସାନ୍ ଅଲ୍ଲୀଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିବାବେଳେ ଲୋକସଭା ପ୍ରଭାରୀ ଭାବେ ଅଶୋକ କୁମାର ସେଠୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହ ଜିଲ୍ଲା ସଭାପତି ଭାବେ କ୍ଷୀରୋଦ କୁମାର ମଲ୍ଲିକଙ୍କୁ ନିଯୁକ୍ତି ଦେଇ ତାଙ୍କ ନେତୃତ୍ୱରେ ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ନିଷ୍ପତି ନିଆଯାଇଛି। ଆୟୋଜିତ ଏହି ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶହ ଶହ ବିଏସ୍ପି କର୍ମୀ ଓ ନେତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande