ସମାଧାନ ସମାରୋହ ଅଗଷ୍ଟ ୨୧ରୁ ୨୩ ପର୍ଯ୍ୟନ୍ତ
ପୁରୀ, ୧ ଜୁନ୍ (ହି.ସ.)- ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ଵତନ୍ତ୍ର ଲୋକ ଅଦାଲତ “ସମାଧାନ ସମାରୋହ” -୨୦୨୬ ଆସନ୍ତା ଅଗଷ୍ଟ ୨୧, ୨୨ଏବଂ ୨୩ ତାରିଖରେ ଅନୁଷ୍ଠିତ ହେବ । ଉପରୋକ୍ତ ସମାଧାନ ସମାରୋହରେ ନିମ୍ନ ଲିଖିତ ମାମଲା ଗୁଡିକର ଆପୋଷ ସହମତି ଭିତ୍ତିରେ ସମାଧାନ କରାଯିବାର ବ୍ୟବସ୍ଥା କରାଯାଇଛି। ବୈବାହିକ
ସମାଧାନ ସମାରୋହ ଅଗଷ୍ଟ ୨୧ରୁ ୨୩ ପର୍ଯ୍ୟନ୍ତ


ପୁରୀ, ୧ ଜୁନ୍ (ହି.ସ.)- ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ଵତନ୍ତ୍ର ଲୋକ ଅଦାଲତ “ସମାଧାନ ସମାରୋହ” -୨୦୨୬ ଆସନ୍ତା ଅଗଷ୍ଟ ୨୧, ୨୨ଏବଂ ୨୩ ତାରିଖରେ ଅନୁଷ୍ଠିତ ହେବ । ଉପରୋକ୍ତ ସମାଧାନ ସମାରୋହରେ ନିମ୍ନ ଲିଖିତ ମାମଲା ଗୁଡିକର ଆପୋଷ ସହମତି ଭିତ୍ତିରେ ସମାଧାନ କରାଯିବାର ବ୍ୟବସ୍ଥା କରାଯାଇଛି। ବୈବାହିକ ବିବାଦ, ମୋଟରଯାନ ଜନିତ ଦୁର୍ଘଟଣା ମାମଲା, ଚେକ ବାଉନ୍ସ୍ ମାମଲା, ଜମି ଅଧିଗ୍ରହଣ ମାମଲା, ରଫାଯୋଗ୍ୟ ଫୌଜଧାରୀ ମାମଲା, ଶ୍ରମ ବିବାଦ, ଅପୋଷ ସହମତିରେ ସମାଧାନ ଯୋଗ୍ୟ ଅନ୍ୟାନ୍ୟ ଉପଯୁକ୍ତ ମାମଲା। ସମାଧାନ ସମାରୋହ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ ତଥ୍ୟ ଗୁଡିକ ହେଲା ଉପରୋକ୍ତ ଲୋକ ଅଦାଲତରେ ନିଜର ମାମଲାର ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ website https://www.sci.gov.in ରେ ଉପଲବ୍ଧ ଗୁଗୁଲ ଫର୍ମ ପୂରଣ କରି ଅନୁରୋଧ କରିବେ ।

ଏହା ଏକ ସ୍ୱେଚ୍ଛାକୃତ ପ୍ରକ୍ରିୟା ଅଟେ ଏବଂ ମାମଲା ଗୁଡିକର ସମାଧାନ ଉଭୟ ପକ୍ଷଙ୍କ ସହମତି ଭିତ୍ତିରେ ହୋଇପାରିବ । ଉଭୟ ପକ୍ଷଙ୍କ ସହମତି ପାଇଁ ଲୋକ ଅଦାଲତ ପୂର୍ବରୁ ପ୍ରଶିକ୍ଷିତ ମଧ୍ୟସ୍ଥଙ୍କ ଦ୍ଵାରା ଜିଲ୍ଲା ଆଇନ ସେବା ପ୍ରାଧିକରଣ କିମ୍ବା ତାଲୁକ ଆଇନ ସେବା ସମିତିରେ ଏକ ମଧ୍ୟସ୍ଥତା ଅଧିବେଶନର ଆୟୋଜନ କରାଯିବ । ପକ୍ଷମାନେ ସିଧାସଳଖ କିମ୍ବା ସେମାନଙ୍କ ଅଧିବକ୍ତାଙ୍କ ମାଧ୍ୟମରେ ଆଭାଷୀ ଦ୍ଵାରା ଅଂଶଗ୍ରହଣ କରିପାରିବେ । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ପୁରୀର ସମ୍ମୁଖ ଅଫିସରେ ଫୋନ ନମ୍ବର ୦୬୭୫୨-୨୨୪୧୩୩ ଏବଂ ଜାତୀୟ ନିଶୁଳ୍କ ସେବା ଟୋଲ ଫ୍ରୀ ଫୋନ ନମ୍ବର ୧୫୧୦୦ ରେ ଯୋଗାଯୋଗ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ପୁରୀ, ଯୋଗାଯୋଗ ଫୋନ ନମ୍ବର-୦୬୭୫୨-୨୨୪୧୩୩ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande