ଭାଷା ସମୃଦ୍ଧି ଅଭିଯାନ’କୁ ସଫଳ କରିବା ପାଇଁ କନ୍ଧମାଳ ଜିଲ୍ଲାସ୍ତରୀୟ ସମୀକ୍ଷକ କମିଟି ଗଠନ ନିମନ୍ତେ ବୈଠକ
କନ୍ଧମାଳ, ୨ ଜୁନ୍ (ହି.ସ.)- ଇତିହାସ, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ନିମନ୍ତେ ଓଡ଼ିଆ ଭର୍ଚ୍ଚୁଆଲ ଏକାଡେମୀର ‘ଭାଷା ସମୃଦ୍ଧି ଅଭିଯାନ’ କୁ ସଫଳ କରିବା ତଥା ତଥ୍ୟର ମାନକୀକରଣ ଓ ସଠିକତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ ଭାବନା ସଭାଗୃହ ଠାରେ ଏକ
ଫୋଟ


କନ୍ଧମାଳ, ୨ ଜୁନ୍ (ହି.ସ.)- ଇତିହାସ, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ନିମନ୍ତେ ଓଡ଼ିଆ ଭର୍ଚ୍ଚୁଆଲ ଏକାଡେମୀର ‘ଭାଷା ସମୃଦ୍ଧି ଅଭିଯାନ’ କୁ ସଫଳ କରିବା ତଥା ତଥ୍ୟର ମାନକୀକରଣ ଓ ସଠିକତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ ଭାବନା ସଭାଗୃହ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମୀକ୍ଷକ କମିଟି ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରୁ ସ୍ଥାପିତ ଓଡ଼ିଆ ଭର୍ଚ୍ଚୁଆଲ ଏକାଡେମୀ ଆଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡ଼ିଆ ଭାଷା, ସାହିତ୍ୟ ଓ ଦୁର୍ଲଭ ପୁରାତନ କୃତିଗୁଡ଼ିକର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରଖିଛି । ଏହି ପରିପ୍ରେକ୍ଷୀରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ଏକ ମଡେଲ ଡିଜିଟାଲ ଭାଷା ଭଣ୍ଡାର ପ୍ରସ୍ତୁତ କରାଯାଉଛି । ଏହି ଓଡ଼ିଆ ଭାଷା ଭଣ୍ଡାରକୁ ଭାରତ ସରକାରଙ୍କ ‘ଭାଷିନୀ’ ପ୍ଲାଟଫର୍ମ ସହିତ ସଂଯୋଗ କରାଯିବ, ଯାହାଦ୍ୱାରା ଓଡ଼ିଶାର ବହୁମୂଲ୍ୟ କୃତିଗୁଡ଼ିକ ଅତି ସହଜରେ ଇଂରାଜୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇପାରିବ । ଏହା ସହିତ ଏହିସବୁ ମୁକ୍ତତଥ୍ୟ (ଓପେନ୍ ଡେଟା) ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ପ୍ରମୁଖ ଡିଜିଟାଲ ସର୍ଚ୍ଚ ଇଞ୍ଜିନରେ ମଧ୍ୟ ଉପଲବ୍ଧ କରାଯିବ । ଏହି ଡିଜିଟାଲ ଜ୍ଞାନ କୋଷରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ବ, ସଂସ୍କୃତି, ପ୍ରଶାସନିକ ନିୟମାବଳୀ, ଜଗନ୍ନାଥ ଚେତନା, ପାରମ୍ପରିକ ଚିକିତ୍ସା, କୃଷି, ମତ୍ସ୍ୟପାଳନ, ବିଜ୍ଞାନ ଓ ଇତିହାସ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟର ବିବରଣୀ ସ୍ଥାନିତ ହେବ । ଜିଲ୍ଲାର ପ୍ରତ୍ୟେକ ବିଭାଗ ଏଥିପାଇଁ ସଠିକ ଓ ପ୍ରାମାଣିକ ତଥ୍ୟ ପ୍ରଦାନ କରିବାକୁ ଅଧ୍ୟକ୍ଷତା କରୁଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଭୁତି ଭୂଷଣ ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ, ଉଦ୍ୟାନ କୃଷିର ଉପ ନିର୍ଦ୍ଦେଶକ ସ୍ମିତା ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜର ସୂଚିନ୍ତିତ ମତ ପ୍ରଦାନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁ ଏହି ବୈଠକକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande