
ଜୟପୁର, ୦୨ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଏବଂ ଉପଖଣ୍ଡ ମାନ୍ୟତା ଦାବୀ ନେଇ ଶାନ୍ତିପୂର୍ଣ୍ଣ ଧାରଣା ଦେଲେ ଅଂଚଳବାସୀ । ବୈପାରୀଗୁଡା ସୁରକ୍ଷା ମଂଚ ପକ୍ଷରୁ ମେଡିକାଲ ସାମ୍ନାରେ ଆଜି ୨-୦୬-୨୬ ରିଖ ସକାଳ ୯ ଠାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣ ଧାରଣାରେ ଦିଆଯାଇଛି । ସୂଚନା ଥାଉକି, ବୈପାରୀଗୁଡା ଗୋଷ୍ଠୀ ଚିକିତ୍ସାଳୟରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି । ବୈପାରୀଗୁଡା ବ୍ଲକ ସଦରମହକୁମା ସ୍ଥିତି ମୁଖ୍ୟ ଛକ ତଥା ରାଂଚି ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରେ ମେଡିକାଲ ଅବସ୍ଥିତି ଅଛି । କିନ୍ତୁ ବୈପାରୀଗୁଡା ବ୍ଲକର କୁଡ଼ିଏ ଗୋଟି ପଂଚାୟତ ସମତ କୁନ୍ଦୁରା ବ୍ଲକର ପାଂଚଟି ପଂଚାୟତ, ଲମତାପୁଟ ଓ ମାଥିଲି ବ୍ଲକର କିଛି ପଂଚାୟତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି କିନ୍ତୁ ଏଠାରେ ଆବଶ୍ୟକ ଡାକ୍ତର ପଦବୀ ପୂରଣ ହେଉନାହିଁ କି ବିଶେଷଜ୍ଞ ଡାକ୍ତର ପ୍ରଦାନ କରାଯାଉନାହିଁ । ସେହିଭଳି ଏକ୍ସରେ ମେଶିନି ଅଛି କିନ୍ତୁ ବ୍ୟବହାର ହେଉନାହିଁ, ଇସିଜି ସୁବିଧା ନାହିଁ,ଶବ ବାହକ ଗାଡି ନାହିଁ, ବିଶେଷ କାରି ଷ୍ଟାପ ନର୍ସ, ଏଲଟି, ଫିଲଡ ଷ୍ଟାପ, ଆବଶ୍ୟକ ଡାକ୍ତରର ଅଭବ ରହିଛି । ଏହି ସମସ୍ୟା ସମାଧାନ ସହ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦାବୀ ନେଇ ଧାରଣା ଦିଆଯାଇଥିବା ସୁରକ୍ଷା ମଂଚ ପକ୍ଷରୁ ସୂଚନା ରହିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି