
ଭୁବନେଶ୍ୱର,୦୨ ଜୁନ (ହି.ସ)- ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ପାଇଛି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୨ ପଇସା ବଢ଼ିଛି। ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡ଼ା ୧୫୯ ପଇସାରୁ ୧୬୩ ପଇସାକୁ ପଢିଛି। ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ପାଇଛି। ରାଜ୍ୟ ପରିବହନ କତୃପକ୍ଷ (ଏସଟିଏ )ଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା