ନିଲମ୍ବିତ ଥାନା ଅଧିକାରିଣୀ ସଂନ୍ଧ୍ୟାରାଣୀ ଜେନାଙ୍କ ଅଡୁଆ ବଢିଲା, ଥାନାରେ ରୁଜ୍ଜୁ ହେଲା ମାମଲା
ପଟ୍ଟାମୁଣ୍ଡାଇ, ୨ ଜୁନ୍ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ ଥାନା ଅଧିକାରିଣୀ ସଂନ୍ଧ୍ୟାରାଣୀ ଜେନାଙ୍କ ଥାର୍ଡ଼ ଡ଼ିଗ୍ରୀ ଘଟଣାରେ ଆଇଆଇସିଙ୍କ ନିଲମ୍ବନ ପରେ ଘଟଣାରେ ଏବେ ନୂଆ ମୋଡ଼ ଆସିଛି । ପୀଡିତ ମା-ପୁଅଙ୍କ ଅଭିଯୋଗକୁ ଆଧାର କରି ନିଲମ୍ବିତ ଥାନା ଅଧିକାରିଣୀଙ୍କ ନାମରେ ମାମଲା ରୁଜୁ ହୋ
ନିଲମ୍ବିତ ଥାନା ଅଧିକାରିଣୀ ସଂନ୍ଧ୍ୟାରାଣୀ ଜେନା


ପଟ୍ଟାମୁଣ୍ଡାଇ, ୨ ଜୁନ୍ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ ଥାନା ଅଧିକାରିଣୀ ସଂନ୍ଧ୍ୟାରାଣୀ ଜେନାଙ୍କ ଥାର୍ଡ଼ ଡ଼ିଗ୍ରୀ ଘଟଣାରେ ଆଇଆଇସିଙ୍କ ନିଲମ୍ବନ ପରେ ଘଟଣାରେ ଏବେ ନୂଆ ମୋଡ଼ ଆସିଛି । ପୀଡିତ ମା-ପୁଅଙ୍କ ଅଭିଯୋଗକୁ ଆଧାର କରି ନିଲମ୍ବିତ ଥାନା ଅଧିକାରିଣୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଫଳରେ ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ପାଇଁ ଅଡ଼ୁଆ ବଢିଛି । ସଂନ୍ଧ୍ୟାରାଣୀ ଜେନାଙ୍କ ନାଁରେ ତାଳଚୁଆ ସାମୁଦ୍ରିକ ଥାନାରେ କେସ ନଂ ୧୨୪/୨୦୨୬ ରେ ୨୯୬,୭୪,୧୧୫,୩୫୧,୩୦୮ ଦଫା ଲାଗିଛି । ଆଗକୁ ଏହି ଘଟଣାର ତଦନ୍ତ କଣ ହେବ ଓ ତଦନ୍ତ ଆଧାରରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ସମସ୍ତଙ୍କର ଅପେକ୍ଷା ।

ଗତ ୨୫ ତାରିଖ ସନ୍ଧ୍ୟାରେ ଥାନାରେ ଥାର୍ଡ଼ ଡ଼ିଗ୍ରୀ ଦେଇଥିବା ନେଇ ଆସିଥିଲା ଅଭିଯୋଗ । ଥାନାରେ ମା ପୁଅଙ୍କୁ ମାଡ଼ ମାରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଥିଲେ ପୋଲିସ ଡିଜି । ନିଲମ୍ବନ ସମୟରେ ସେ କେନ୍ଦ୍ରାଚଂଳ ଆଇଜି ଅଧୀନରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ରହିବେ ବୋଲି ନିର୍ଦ୍ଦେଶ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande