ନଳ ଅଛି ଜଳ ନାହିଁ, ନାଳ ପାଣି ଭରସାରେ ପୁରୁଣାଡ଼ିହି ଗ୍ରାମବାସୀ
ଚମ୍ପୁଆ, 02 ଜୁନ୍ (ହି.ସ.) ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ୍ ଅନ୍ତର୍ଗତ ବଡ କାଳୀମାଟି ଗ୍ରାମ ପଞ୍ଚାୟତର ପୁରୁଣାଡ଼ିହି ଗ୍ରାମକୁ ମେଗା ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ହେଉ ନାହିଁ । ଗତ ଦୁଇ ବର୍ଷ ହେବ ଉକ୍ତ ଗ୍ରାମରେ ପାଇପ ଲାଇନ୍ ଓ ଷ୍ଟାଣ୍ଡ ପୋଷ୍ଟ ଲଗା ଯାଇଛି । ମାତ୍ର ବିଭାଗୀୟ ଅବହେଳା ଯୋଗୁଁ
ନଳ ଅଛି ଜଳ ନାହିଁ, ନାଳ ପାଣି ଭରସାରେ ପୁରୁଣାଡ଼ିହି ଗ୍ରାମବାସୀ


ଚମ୍ପୁଆ, 02 ଜୁନ୍ (ହି.ସ.) ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ୍ ଅନ୍ତର୍ଗତ ବଡ କାଳୀମାଟି ଗ୍ରାମ ପଞ୍ଚାୟତର ପୁରୁଣାଡ଼ିହି ଗ୍ରାମକୁ ମେଗା ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ହେଉ ନାହିଁ । ଗତ ଦୁଇ ବର୍ଷ ହେବ ଉକ୍ତ ଗ୍ରାମରେ ପାଇପ ଲାଇନ୍ ଓ ଷ୍ଟାଣ୍ଡ ପୋଷ୍ଟ ଲଗା ଯାଇଛି । ମାତ୍ର ବିଭାଗୀୟ ଅବହେଳା ଯୋଗୁଁ ଗ୍ରାମବାସୀମାନେ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି । ଗ୍ରାମ ବାସୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳକୁ ଜଳ ନିମନ୍ତେ ବେଲଦା ସ୍ଥିତ ବୈତରଣୀ ନଦୀ ନିକଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଡି ଏମ ଏଫ୍ ଅନୁଦାନରେ ଏକ ମେଗା ପ୍ରକଳ୍ପ କରାଯାଇଛି । ଘର କୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ପାଇପ ଲାଇନ୍ ସଂଯୋଗ କରାଯିବା ସହିତ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଘରେ ଘରେ ଲଗା ଯାଇଛି । ହେଲେ ଏପର୍ଯ୍ୟନ୍ତ ଜଳ ଯୋଗାଣ ହୋଇ ପାରି ନାହିଁ । ଗ୍ରାମ ବାସୀ ମାନେ ଦୀର୍ଘ ବର୍ଷରୁ ନିର୍ଭର କରି ଆସୁଥିବା କିଛି ନଳକୂପ ଗୁଡ଼ିକର ପାଣି ପିଇବା ଅନୁପଯୋଗୀ ହୋଇଛି । ବାଧ୍ୟ ହୋଇ ଗ୍ରାମ ବାସୀ ମାନେ ଗ୍ରାମ ନିକଟରେ ବୋହି ଯାଇଥିବା କଟୁପାଲି ନାଳ ପାଣି ଉପରେ ଭରସା କରୁଛନ୍ତି । ଏ ନେଇ ଗ୍ରାମାଞ୍ଚଳ ଜଳ ଯୋଗାଣ ସଂସ୍ଥା ନିକଟରେ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନାହିଁ । ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ର ପ୍ରକଳ୍ପ ନିର୍ମାଣ କରୁଛନ୍ତି ମାତ୍ର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କର ଖାମଖିଆଲ ମନ ଭାବ ଯୋଗୁଁ ଗ୍ରାମାଞ୍ଚଳରେ ଏବେ ବି ପାନୀୟ ଜଳ ସଙ୍କଟ ଲାଗି ରହିଛି ।ଆଦିବାସୀ ଅଧ୍ୟୁଷିତ ଉକ୍ତ ଗ୍ରାମରେ ପାତ୍ର ସାହି, ମୁଣ୍ଡା ସାହି, ଗୋପାଳ ସାହି ଓ ନାଏକ ସାହିରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ଗ୍ରାମ ବାସୀ ମାନେ ସମସ୍ତେ ଖଟିଖିଆ, ଦିନ ମଜୁରିଆ, ଶ୍ରମିକ ଭାବେ କାମ କରନ୍ତି । ପାନୀୟ ଜଳ ଯୋଗାଣ ହେଉ ନ ଥିବାରୁ ଗ୍ରାମବାସୀ ମାନେ ବାଧ୍ୟ ହୋଇ ନାଳରୁ ଦୂଷିତ ଜଳ ବ୍ୟବହାର କରିବା ଅତ୍ୟନ୍ତ ଚିନ୍ତା ଜନକ ବିଷୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେଉଁଦିନ ଉକ୍ତ ଗ୍ରାମରେ ବିଶୁଦ୍ଧ ପାଣିର ଶୁଭାରମ୍ଭ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande