
ବଲାଙ୍ଗିର, 02 ଜୁନ୍ (ହି.ସ.)ବଲାଙ୍ଗିର ଜିଲ୍ଲା ସବୁ ଜିଲ୍ଲା ମଧ୍ୟରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ମଣିଷ ତ ଜିବଜନ୍ତୁ, ପଶୁ ପକ୍ଷୀ ବାଦ ପଡିନାହାନ୍ତି ତାତିରୁ । ରାସ୍ତା ଦୋହରିକରଣ, ଜଙ୍ଗଲରେ ନିଆଁ ଲାଗିବା, ବିଭିନ୍ନ ଜଳାଶୟ ପୁନଃଉଦ୍ଧାରରେ ଜଳ ନିଷ୍କାସନ ହୋଇଯାଇଥିବାରୁ ପକ୍ଷୀଙ୍କ ପାଇଁ ଜଳ କଷ୍ଟକର ହୋଇଯାଇଛି । ବଲାଙ୍ଗିର ସହରର ପକ୍ଷୀପ୍ରେମୀମାନେ ଦିର୍ଘ ୩ ବର୍ଷ ହେବ ବିଭିନ୍ନ ପ୍ରୟାସ ରେ ସଚେତନା କରି ବଲାଙ୍ଗିର ସହରରେ ବେଶ ଚର୍ଚ୍ଚା ଚାଲିଛି । ଦିର୍ଘ ଦେଢ ମାସରୁ ଉର୍ଦ୍ଧ୍ୱ ହେବ ମାଟିପାତ୍ର ଓ ନଡିଆ କାଞ୍ôଚରେ ନିର୍ମାଣ ହୋଇଥିବା ପକ୍ଷୀଙ୍କ ଲାଗି ଜଳଦାନ କରାଯାଉଛି । ଆଖ ପାଖ ଜଙ୍ଗଲ, ମଠଖାଇ ଜଙ୍ଗଲ, ବଣ୍ଡା ଜଙ୍ଗଲ ମାନଙ୍କରେ ଗଛରେ ଖଞ୍ଜାଯାଇଛି ଏବଂ ବିଭିନ୍ନ ଘରମାନଙ୍କୁ ପକ୍ଷୀଙ୍କ ପାଇଁ ଜାଗାଟିଏ ରଖି ଘର ଛାତରେ ପାଣି ପ୍ରଦାନ କରାଯାଉଛି । ଗତ କିଛି ଦିନ ହେବ ସହରର ମଧ୍ୟରେ କାଳବୈଶାଖିର ତାଣ୍ଡବ ହୋଇଥିବାରୁ ଏବଂ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଗଛ କଟା ହୋଇଥିବାରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ଘର ଚଟିଆ ଲୋପ ପାଇ ଯାଉଛନ୍ତି । ଏହିମାନଙ୍କ ସୁରକ୍ଷା ପାଇଁ କିଭଳି ପକ୍ଷୀ ଆଗମନ ହେବେ ଏବଂ ପରିବେଶ ସୁରକ୍ଷା ପାଇଁ ଏମାନଙ୍କର ବହୁତ ଅବଦାନ ଅଛି । ଏମାନେ ରହିଲେ ପରିବେଶ ସୁରକ୍ଷିତ ରହିବ । ଏହି ଉଦ୍ଦେଶ୍ୟରେ ପକ୍ଷୀ ପ୍ରେମୀମାନେ ଆଜି ବଲାଙ୍ଗିର ଡିଏଫ୍ଓ ଙ୍କ କାର୍ଯ୍ୟାଳୟରେ ପକ୍ଷୀଙ୍କ ପାଇଁ ନିର୍ମାଣ ହୋଇଥିବା ୧୫୦ ଗୋଟି କୁଡିଆ ଘର ଡିଏଫ୍ଓ ଅଜିତ ବିଶିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ପକ୍ଷୀପ୍ରେମୀ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ସହରର ଯୁବ ପିଢିମାନେ କବି ଅର୍ଜୁନ ସାହୁ ପରିଚାଳନା କରିଥିଲେ । ଏଥିରେ ସୁଦର୍ଶନ ସାହୁ, ସଂଜୟ ସାମଲ, ଆନନ୍ଦ ମିଶ୍ର, ଭବାନି ଶଙ୍କର ଭୋଇ, ଶମ୍ଭୁ ଶତପଥି ଉପସ୍ଥିତ ଥିଲେ । ସହରର ବିଭିନ୍ନ ଗଛ, ଡିଏଫ୍ଓ ଙ୍କ କାର୍ଯ୍ୟାଳୟ, ରାଜେନ୍ଦ୍ର ପାର୍କ, ଏସ୍ପି ଅଫିସ ସମ୍ମୁଖ, ଜୋଗର୍ସ ପାର୍କ, ଚିଲଡ୍ରେନ ପାର୍କ, ବୋଟିଂ ପାର୍କ, ୧୭ ଗୋଟି ଜଳାଶୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଟାଉନଥାନା ତଥା ସହରର ବିଭିନ୍ନ ଗଛମାନଙ୍କରେ ଖଞ୍ଜା ଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ