
କେନ୍ଦ୍ରାପଡ଼ା, ୦୨ ଜୁନ୍(ହି.ସ.) – କେନ୍ଦ୍ରାପଡା ପୈାରାଂଚଳର କଜଳା ଗ୍ରାମ ନିକଟରେ ଯାଇଥିବା ରେଳ ଲାଇନ ନିକଟରେ ଏକ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ପୋଲିସ ଜବତ କରିଛି। ମୃତ ଯୁବକ କଜଳା ଗାଁର ବିକାଶ ମହାନ୍ତି। ମୃତକଙ୍କ ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ପୁଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ସଦର ଥାନା ପୋଲିସ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରି ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି