ଇନ୍ଦ୍ରମଣି ହାଇସ୍କୁଲରେ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାତ୍ର ଜଗୁଆଳି ସମେତ ୨ ଅଭିଯୁକ୍ତ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ, ଜାମିନି ନାମଞ୍ଜୁର
ଭଦ୍ରକ, ୨ ଜୁନ୍ (ହି.ସ.) - ଏହି ଜିଲାର ଧାମନଗର ଥାନାର ଚୁଡ଼ାକୁଟି ପଂଚାୟତର ଇନ୍ଦ୍ରମଣି ହାଇସ୍କୁଲରେ ହୋଇଥିବା ଏକ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସାମଗ୍ରୀଗୁଡ଼ିକୁ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୦୧.
INDRAMANI SCHOOL CHORI CASE, TWO ARREST


ଭଦ୍ରକ, ୨ ଜୁନ୍ (ହି.ସ.) - ଏହି ଜିଲାର ଧାମନଗର ଥାନାର ଚୁଡ଼ାକୁଟି ପଂଚାୟତର ଇନ୍ଦ୍ରମଣି ହାଇସ୍କୁଲରେ ହୋଇଥିବା ଏକ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସାମଗ୍ରୀଗୁଡ଼ିକୁ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୦୧.୦୬.୨୦୨୬ ତାରିଖରେ ଇନ୍ଦ୍ରମଣି ହାଇସ୍କୁଲରେ ଚୋରି ହୋଇଥିବା ନେଇ ଥାନାରେ ଏକ ମାମଲା (ନଂ- ୨୪୨/୨୬) ରୁଜୁ ହୋଇଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୩୩୧(୪) ଓ ୩୦୩(୨) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସ ଘଟଣା ତନାଘନା କରି ୧୨ ଘଂଟା ମଧ୍ୟ ରେ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଚନ୍ତି। ତେବେ ଏହି ଘଟଣା ମୂଖ୍ୟ ରାତ୍ର ଜଗୁଆଳି ସନ୍ତୋଷ ଦାସ ତାଙ୍କର କାମ ରାତ୍ରୀ ଜଗୁଆଳି କିନ୍ତୁ ପ୍ରଧାନଶିକ୍ଷକ ପ୍ରଭାତ ଜେନା କଣ ପାଇଁ ରାତି ଡିୟୁଟି ଦେଉ ନଥିଲେ ତାହା ତଦନ୍ତ କରା ଗଲେ ଅଧିକ ରହସ୍ୟ ଉନ୍ମୋଚିତ ହୋଇ ପାରିବ।ତେବେଏହି ଘଟଣାରେ ପୋଲିସ କରଞ୍ଜି ଗୁଣୁପୁରର ମଂଟୁ ଓରଫ ଦୀପ୍ତି ରଞ୍ଜନ ବାରିକ, ବିଦ୍ୟାଧରପୁରର ଶମ୍ଭୁନାଥ ଦାସ ଏବଂ କରଞ୍ଜି ଗୁଣୁପୁରର ସନ୍ତୋଷ କୁମାର ଦାସଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ ଟି ବ୍ୟାଟେରୀ, ୨ ଟି ଇନଭର୍ଟର ମେସିନ୍, ୨ ଟି ଏଲଇଡି ଟିଭି ମନିଟର, ଗୋଟିଏ ସିସିଟିଭି ହାର୍ଡ ଡିସ୍କ ଓ ଗୋଟିଏ ସିସିଟିଭି ମେସିନ୍ ଜବତ କରାଯାଇଛି। ମଙ୍ଗଳବାର ଦିନ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି କେସ ରେ ଏସ ଆଇ ନାରାୟଣ ନାୟକ ତଦନ୍ତ ଦାୟିତ୍ୱ ନେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande