ଜୁଆଙ୍ଗ ଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ, ପାଠ ପଢ଼ିବା ପାଇଁ ହୋଟେଲରେ ଅଇଁଠା ଥାଳି ଧୋଉଛନ୍ତି ବୈଲୋଚନ
କେନ୍ଦୁଝର, 02 ଜୁନ୍ (ହି.ସ.) କୁବେର ଜିଲ୍ଲା କେନ୍ଦୁଝରରେ ଗରିବ ଲୋକଙ୍କ ରୀତିମତ ସଂଘର୍ଷ।ପେଟକୁ ମୁଠାଏ ଦାନା ଠାରୁ ଆରମ୍ଭ କରି ଔଷଧ ଟୁପାଏ ପାଇଁ ଅନେକକୁ ସଂଘର୍ଷ କରିବାକୁ ପଡୁଛି।ତେବେ ଆଜି ଆମେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଉପାନ୍ତ ବାଂଶପାଳ ବ୍ଳକର କିଛି ଜୁଆଙ୍ଗ ପିଲାଙ୍କ ଉଚ୍ଚଶିକ୍
Junag student


କେନ୍ଦୁଝର, 02 ଜୁନ୍ (ହି.ସ.)

କୁବେର ଜିଲ୍ଲା କେନ୍ଦୁଝରରେ ଗରିବ ଲୋକଙ୍କ ରୀତିମତ ସଂଘର୍ଷ।ପେଟକୁ ମୁଠାଏ ଦାନା ଠାରୁ ଆରମ୍ଭ କରି ଔଷଧ ଟୁପାଏ ପାଇଁ ଅନେକକୁ ସଂଘର୍ଷ କରିବାକୁ ପଡୁଛି।ତେବେ ଆଜି ଆମେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଉପାନ୍ତ ବାଂଶପାଳ ବ୍ଳକର କିଛି ଜୁଆଙ୍ଗ ପିଲାଙ୍କ ଉଚ୍ଚଶିକ୍ଷା ନିମନ୍ତେ ସଂଘର୍ଷର କଥା କହୁଛୁ। ଜୁଆଙ୍ଗ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ କିଭଳି ପ୍ରତିବନ୍ଧକ ସାଜିଛି।ବାଂଶପାଳ ବ୍ଳକ୍ ବାହରାଗଡ ପଞ୍ଚାୟତ ଅନ୍ତର୍ଗତ ଉପର ନଡାମ ଗ୍ରାମର ୫ ଜଣ ଜୁଆଙ୍ଗ ଛାତ୍ରଛାତ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ ପରେ ଏବେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇପଡିଛି।ଟଙ୍କା ପଇସା ଅଭାବରୁ +୩ କିମ୍ବା ଅନ୍ୟ କୌଣସି ଉଚ୍ଚଶିକ୍ଷା ନିମନ୍ତେ ଆବେଦନ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ।ତେବେ ପରିବାର ଲୋକେ ପାଠ ପଢ଼ାଇବା ପାଇଁ ଅକ୍ଷମ ହୋଇପଡିବାରୁ । ସେଇ ଭିତରୁ ଜଣେ ବୈଲୋଚନ ଜୁଆଙ୍ଗ । ବୈଲୋଚନ ଜଣେ ଗରିବ ଜୁଆଙ୍ଗ ପରିବାରର ମେଧାବୀ ଛାତ୍ର। ଛୁଆ ବେଳୁ ପାଠ ପ୍ରତି ବହୁତ ଆଗ୍ରହ ଥିବା ଦେଖି ବାପା ମାଆ ମୁଲ ମଜୁରୀ ଲାଗି ତାକୁ ପାଠ ପଢ଼ାଇଲେ। ଧାର ଉଦ୍ଧାର କରି ଯୁକ୍ତ ୨;ପର୍ଯ୍ୟନ୍ତ ପଢ଼ାଇ ପାରିଲେ। ଯୁକ୍ତ ୨ ପରେ କଲେଜ ପଡ଼ିବାକୁ ଆଉ ସକ୍ଷମ ନହେବାରୁ ହୋଟେଲରେ ଅଇଁଠା ଥାଳି ଧୋଇ ଟଙ୍କା ରୋଜଗାର କରି ପାଠ ପଢ଼ିବାକୁ ମନସ୍ଥ କରିଛନ୍ତି ବୈଲୋଚନ । ଗୋନାସିକା ପର୍ବତମାଳାର ଉପର ନଡାମ ଗ୍ରାମର କୀର୍ତ୍ତନ ଜୁଆଙ୍ଗଙ୍କ ବଡ଼ ପୁଅ ବୈଲୋଚନ।ଗୋନାସିକା ହାଇସ୍କୁଲରୁ ଦଶମ ପାସ୍ ପରେ +୨ ରେ ବହୁ କଷ୍ଟରେ ନାମ ଲେଖାଇଥିଲେ।ଶୁଆକାଟିସ୍ଥିତ ପାଟେଶ୍ବର ଉଚ୍ଚ ମାଧ୍ୟମିକରେ ପାଠ ପଢି ଶତକଡ଼ା ୮୩% ପ୍ରତିଶତ ବା ୫୦୩ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ବୈଲୋଚନଙ୍କ କହିବା କଥା ସେ ରେଭେନ୍ସା କିମ୍ବା ରାଜଧାନୀ କଲେଜରେ ପଢ଼ିବାକୁ ଇଚ୍ଛୁକ।ଏକଥା ଘରେ କହିବା ପରେ ଟଙ୍କା ପଇସା ନାହିଁ। ଏବର୍ଷ ପାଠ ପଢ଼ିବାକୁ ବାରଣ କଲେ। କିନ୍ତୁ ମୋର ପଢ଼ିବାକୁ ବହୁତ ଇଚ୍ଛା ହେଉଅଛି।ସେଇଥି ପାଇଁ ଦେଢ଼ ମାସ ହେଲାଣି ଝୁମ୍ପୁରାସ୍ଥିତ ଏକ ହୋଟେଲରେ ମାସକୁ ୯୦୦୦ ଟଙ୍କା ଦରମାରେ କାମ କରୁଛି।ଗ୍ରାହକକୁ ଖାଦ୍ୟ ପରଷିବା,ଅଇଁଠା ଥାଳି ଉଠାଇବା ଓ ଅଇଁଠା ବାସନ ମାଜିବା କାମ କରୁଛି ବୋଲି କହିଛନ୍ତି। ଆଗକୁ ସରକାର ସହଯୋଗ କଲେ ପାଠ ପଢି ଆଇପିଏସ ଅଫିସର ହେବେ ବୋଲି ଆଶା ରଖିଛନ୍ତି ବୈଲୋଚନ।

ଘରେ ଚଳିବା ପାଇଁ ଅସୁବିଧା ଯୋଗୁଁ ବହୁ କଷ୍ଟରେ ପିଲାଙ୍କୁ ପଢ଼ାଉଛି ବୋଲି ପ୍ରକାଶ କରିଛନ୍ତି ବାପା କୀର୍ତ୍ତନ ଜୁଆଙ୍ଗ।

ବୈଲୋଚନ ର ପଢ଼ିବା ପାଇଁ ବହୁ ଆଗ୍ରହ ଅଛି। କିନ୍ତୁ ଅର୍ଥାଭାବ ଯୋଗୁଁ ହୋଟେଲ ରେ କାମ କରି ନିଜର ଓ ଘରର ଭରଣ ପୋଷଣ କରୁଛି ବୋଲି ପ୍ରକାଶ କରିଛନ୍ତି ପଡ଼ୋଶୀ

ଏହି ଘଟଣା ପ୍ରଘଟ ହେବାପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରସାଶନ। ଜିଲ୍ଲା ମଙ୍ଗଳ ଅଧିକାରୀ ବୈଲୋଚନ ଘରେ ପହଞ୍ଚି ତାଙ୍କୁ ସାହାଯ୍ୟ କରିବାକୁ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତି।

ବାଇଟ:୧- ବୈଲୋଚନ ଜୁଆଙ୍ଗ ( ଜୁଆଙ୍ଗ ଛାତ୍ର) ମାଟିଆ ଡ୍ରେସ୍ ପିନ୍ଧିଛି

ବାଇଟ:୨- କୀର୍ତ୍ତନ ଜୁଆଙ୍ଗ ( ବୈଲୋଚନର ବାପା) କଳା ଡ୍ରେସ୍ ପିନ୍ଧିଛି

ବାଇଟ: ୩-ଗୁରୁ ଜୁଆଙ୍ଗ ( ବୈଲୋଚନର ପଡ଼ୋଶୀ) ଧଳା ରଙ୍ଗର ଡ୍ରେସ ପିନ୍ଧି ଛି

ବାଇଟ:୪- ବିକାଶ କୁମାର ମହାନ୍ତି ( ଜିଲ୍ଲା ମଙ୍ଗଳ ଅଧିକାରୀ)

କେନ୍ଦୁଝରରୁ କ୍ୟାମେରାମ୍ୟାନ ସତ୍ୟବାନଙ୍କ ସହ ସନ୍ତୋଷ ମହାପାତ୍ର

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande