ସଙ୍ଗୀତ ଏକାଡ଼େମୀ ନାଦନିକୁଞ୍ଜ,ବଲାଙ୍ଗିର ଦ୍ୱାରା ମାସିକ ସଙ୍ଗୀତ ଆସର ଅନୁଷ୍ଠିତ
ବଲାଙ୍ଗିର, ୦୨ ଜୁନ୍ (ହି.ସ.) ଗତ ରବିବାର ସନ୍ଧ୍ୟା ରେ ପ୍ରତି ମାସ ଭଳି ଏ ମାସ ମଧ୍ୟ ସଙ୍ଗୀତ ଆସର କାର୍ଯ୍ୟକ୍ରମ ଅନୁଷ୍ଠାନ ପ୍ରାଙ୍ଗଣ ରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସରସ୍ୱତୀଙ୍କ ବନ
ସଙ୍ଗୀତ ଏକାଡ଼େମୀ ନାଦନିକୁଞ୍ଜ,ବଲାଙ୍ଗିର ଦ୍ବାରା ମାସିକ ସଙ୍ଗୀତ ଆସର ଅନୁଷ୍ଠିତ


ସଙ୍ଗୀତ ଏକାଡ଼େମୀ ନାଦନିକୁଞ୍ଜ,ବଲାଙ୍ଗିର ଦ୍ବାରା ମାସିକ ସଙ୍ଗୀତ ଆସର ଅନୁଷ୍ଠିତ


ସଙ୍ଗୀତ ଏକାଡ଼େମୀ ନାଦନିକୁଞ୍ଜ,ବଲାଙ୍ଗିର ଦ୍ବାରା ମାସିକ ସଙ୍ଗୀତ ଆସର ଅନୁଷ୍ଠିତ


ସଙ୍ଗୀତ ଏକାଡ଼େମୀ ନାଦନିକୁଞ୍ଜ,ବଲାଙ୍ଗିର ଦ୍ବାରା ମାସିକ ସଙ୍ଗୀତ ଆସର ଅନୁଷ୍ଠିତ


ବଲାଙ୍ଗିର, ୦୨ ଜୁନ୍ (ହି.ସ.) ଗତ ରବିବାର ସନ୍ଧ୍ୟା ରେ ପ୍ରତି ମାସ ଭଳି ଏ ମାସ ମଧ୍ୟ ସଙ୍ଗୀତ ଆସର କାର୍ଯ୍ୟକ୍ରମ ଅନୁଷ୍ଠାନ ପ୍ରାଙ୍ଗଣ ରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସରସ୍ୱତୀଙ୍କ ବନ୍ଦନା ପରେ କଣ୍ଠ ସଙ୍ଗୀତ ରେ ସୁଶ୍ରୀ ଅର୍ଯ୍ୟା ଆଦ୍ୟାଶକ୍ତି ତ୍ରିପାଠୀ ରାଗ ରାଗେଶ୍ରୀ, ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ ରାଗ ବିଲାବଲ୍, ଦିବ୍ୟଶି ମହାନ୍ତି ରାଗ ୟମନ୍, ତ୍ରିଶା ରଥ ଓ ଅଂଶିକା ଗୁରୁ ଦ୍ୱେତ କଣ୍ଠରେ ରାଗ ଭୀମ ପଲାସୀ ଓ ଶ୍ରୀ ଆର୍ଯ୍ୟମାନ ସିଂ ଦେଓ ଦେଶ ରାଗ ପରିବେଷଣ କରିଥିଲେ, ସେହିପରି ଓଡ଼ିଶୀ ନୃତ୍ୟରେ ଆରୁଷି ପାତ୍ର, ଦିବ୍ୟାଶା ଭୋଇ, ଆରାଧୂତା ପଧାନ ଓ ଅଭିଶ୍ରୀ ଭୋଇ ମଙ୍ଗଳା ଚରଣ, ପ୍ରଜ୍ଞା ମହାନ୍ତି ବଟୁ, ଏକାଂଶି ପଣ୍ଡା ଶିବ ତାଣ୍ଡବ ଓ ସ୍ୱରଞ୍ଜିକା ମେହେର ବିହୁ ନୃତ୍ୟ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଭିଭାବକ ଅଭଭାବିକା ଓ ଅନେକ ଗନ୍ୟ ମାନ୍ୟ ବ୍ୟକ୍ତି ରହି ଉପଭୋଗ କରିଥିଲେ।

କର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡି. ଶଙ୍କର୍ ନାରାୟଣ ମୂର୍ତି, ଡ. ରେଶ୍ମା ରାଣୀ ଦାଶ, ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ଓ ପ୍ରଭଞ୍ଜନ ରାୟଗୁରୁ ଓ ଅନୁଷ୍ଠାନ ର ଅନେକ ଛାତ୍ର ଛାତ୍ରୀ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅନୁଷ୍ଠାନ ର କୁନି ଶିଳ୍ପୀ ସୁଶ୍ରୀ ଦେବାଂଶି କେଡିଆ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande