ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ସର୍ବାଧିକ ୩୬.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ସର୍ବାଧିକ ୩୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ସମ୍ବଲପୁର ଜିଲ୍ଲାର ଜମନକିରାରେ ୩୨.୦ ମି.ମି., ଗଜପତି ଜିଲ୍ଲାର ନୂଆଗଡ଼ରେ ୩୦.୮
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ସର୍ବାଧିକ ୩୬.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ସର୍ବାଧିକ ୩୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ସମ୍ବଲପୁର ଜିଲ୍ଲାର ଜମନକିରାରେ ୩୨.୦ ମି.ମି., ଗଜପତି ଜିଲ୍ଲାର ନୂଆଗଡ଼ରେ ୩୦.୮ ମି.ମି., ନୟାଗଡ଼ ଜିଲ୍ଲାର ନୂଆଗାଁରେ ୨୯.୨ ମି.ମି., ଗଜପତି ଜିଲ୍ଲାର ଗୁମ୍ମାରେ ୨୯.୦ ମି.ମି., ମୋହନାରେ ୨୭.୬ ମି.ମି., କନ୍ଧମାଳ ଜିଲ୍ଲାର କଳିଙ୍ଗାରେ ୨୪.୦ ମି.ମି., ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୨୩.୨ ମି.ମି., ଢ଼େଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡରେ ୨୦.୦ ମି.ମି., ରାୟଗଡ଼ା ଜିଲ୍ଲାର କାଶିପୁରରେ ୧୯.୦ ମି.ମି., ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୧୮.୬ ମି.ମି., ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୧୮.୦ ମି.ମି. ଏବଂ ଗଣିଆରେ ୧୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande