
ଗଞ୍ଜାମ, ୨ ଜୁନ୍ (ହି.ସ.)-
ପୁଣି ବ୍ରହ୍ମପୁର ସହର ଅଶାନ୍ତ । ପୁଲିସର କାର୍ଯ୍ଯାନୁଷ୍ଠାନ ଓ ଏନକାଉଣ୍ଟର ପ୍ରତି ଅସାମାଜିକ ବ୍ଯକ୍ତି ଓ ଦୁର୍ବୃତମାନଙ୍କର ଭୃକ୍ଷେପ ନାହିଁ। ଅନଲାଇନ ଗେମକୁ କେନ୍ଦ୍ରକରି ବ୍ରହ୍ମପୁର ବୈଦ୍ଯନାଥପୁର ଥାନା କୁମ୍ଭାରପଲ୍ଲୀ ଠାରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଯୁବକ ମିଟୁ ବେହରାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ତାଙ୍କ ପିଠିରେ ଛୁରାମାଡ କରିଛନ୍ତି। ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ କରିବାସହ ଡାକ୍ତରଖାନାକୁ ଯାଇ ଆହତଙ୍କ ବୟାନ ସଂଗ୍ରହ କରିଛି l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ