ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ , ଶେଷ ତାରିଖ ଜୁଲାଇ ୩୧
ନୂଆଦିଲ୍ଲୀ, ୦୨ ଜୁନ୍(ହି.ସ.) – ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର(ପି.ଏମ୍. ଆର୍.ବି. ପି.) ୨୦୨୬ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନ ଏବଂ ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୬। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଏହି ପ
ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ , ଶେଷ ତାରିଖ ଜୁଲାଇ ୩୧


ନୂଆଦିଲ୍ଲୀ, ୦୨ ଜୁନ୍(ହି.ସ.) – ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର(ପି.ଏମ୍. ଆର୍.ବି. ପି.) ୨୦୨୬ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନ ଏବଂ ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୬।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି ଯେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ପାଂଚରୁ ୧୮ ବର୍ଷ ବୟସର ପିଲାମାନେ(୩୧ ଜୁଲାଇ ୨୦୨୬ ଅନୁଯାୟୀ) ଯୋଗ୍ୟ ଅଟନ୍ତି। ପଞ୍ଜୀକରଣ ଯେକୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଦ୍ୱାରା କରାଯାଇପାରିବ । ପିଲାମାନେ ନିଜେ ମଧ୍ୟ ଆବେଦନ କରିପାରିବେ।

ସାହସିକତା, ସମାଜ ସେବା, ପରିବେଶ, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମେତ ଛଅଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ।

କେବଳ ଅନ୍ଲାଇନ ଜରିଆରେ ଜାତୀୟ ପୁରସ୍କାର ପୋର୍ଟାଲରେ ଆବେଦନପତ୍ର ଗ୍ରହଣ କରାଯିବ। ଆବେଦନରେ ନାମ, ଜନ୍ମ ତାରିଖ, ଆଧାର ନମ୍ବର, ମୋବାଇଲ ନମ୍ବର ଏବଂ ଇ-ମେଲ ଭଳି ସୂଚନା ଦେବାକୁ ପଡ଼ିବ। ଆବେଦନକାରୀଙ୍କୁ ଉପଲବ୍ଧ ନାମାଙ୍କନ ତାଲିକାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୬’ ଚୟନ କରି ସମ୍ପୃକ୍ତ ବର୍ଗରେ ଆବେଦନ କରିବାକୁ ପଡ଼ିବ।

ଆବେଦନ ଫର୍ମ ସହିତ, ସଫଳତା ଏବଂ ଏହାର ପ୍ରଭାବ, ଆବଶ୍ୟକ ପ୍ରମାଣପତ୍ର ଏବଂ ଏକ ସାମ୍ପ୍ରତିକ ଫଟୋ ବିଷୟରେ ସର୍ବାଧିକ ୧୦୦୦ ଶବ୍ଦ ବର୍ଣ୍ଣନା ଅପଲୋଡ୍ କରିବା ବାଧ୍ୟତାମୂଳକ।

ଏହି ସମ୍ମାନ ପାଇଁ ଆବେଦନ କରିବା କିମ୍ବା ମନୋନୀତ ହେବା ପାଇଁ ଯୋଗ୍ୟ ଏବଂ ପ୍ରତିଭାବାନ ପିଲାମାନଙ୍କୁ ସମର୍ଥନ କରିବାକୁ ପିତାମାତା, ଶିକ୍ଷକ, ସାମାଜିକ ସଂଗଠନ ଏବଂ ନାଗରିକମାନଙ୍କୁ ମନ୍ତ୍ରଣାଳୟ ନିବେଦନ କରିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande